ତୁଳସୀକ୍ଷେତ୍ର ହବିଷ୍ୟାଳୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦିବ୍ୟଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପକ୍ଷରୁ ଇଛାପୁରସ୍ଥିତ ତୁଳସୀକ୍ଷେତ୍ରରେ ଶତାଧିକ ହବିଷ୍ୟାଳୀଙ୍କୁ ରଖାଯାଇ ହବିଷ୍ୟ କରିବାର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀମାନେ ଅବସ୍ଥାନ କରୁଥିବା ଇଛାପୁର ଯାତ୍ରୀନିବାସରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧପତ୍ର ଯୋଗାଇ ଦିଆଯାଇଛି । ଶ୍ରୀମା’ଙ୍କ ଅନୁରୋଧ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅନିତା ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆବଶ୍ୟକ ଚିକିତ୍ସକ ଓ କର୍ମଚାରୀଙ୍କୁ ପଠାଇଥିଲେ । ସେମାନେ ଯାତ୍ରୀନିବାସରେ ପହଞ୍ଚି ହବିଷ୍ୟାଳୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଡାକ୍ତର ଚିନ୍ମୟ ଦାସ, ଫାର୍ମାସିଷ୍ଟ ସିରୋସ୍ୱା ପ୍ରିୟଦର୍ଶି ପରିଡାଙ୍କ ସମେତ ସ୍ନେହାଞ୍ଜଳି ଗେରୁ, ଦୈା୍ରପଦୀ ରାଉତ, ରିତାଞ୍ଜଳି ନାଥ, ରଶ୍ମିତା ସାମଲ, ମିନତୀ ନାୟକ, ଉର୍ମୀଳା ପତି, ସୁବାଶିଷ ମହାପାତ୍ର, ବଳଦେବ ସେନାର ପୁପୁନ ସ୍ୱାଇଁ, ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ