ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ ଗଜ ଲକ୍ଷ୍ମୀ ପୂଜା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର
ଲକ୍ଷ୍ମୀ ବଜାର ଠାରେ ୩୧ତମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଭକ୍ତି ଓ ନିଷ୍ଠାର ସହିତ ଆରମ୍ଭ ହୋଇଛି। ମୁଖ୍ୟ କର୍ତ୍ତା ସଲିଳ ମହାପାତ୍ର, ଗଜାନନ ତ୍ରିପାଠୀ, ପ୍ରଫୁଲ୍ଲ କୁମାର କର, ଡମ୍ବରୁ ମିଶ୍ର, ଅବିନାଶ କର ପ୍ରମୁଖ ଏକ ଶୋଭାଯାତ୍ରା ରେ ନିକଟସ୍ଥ ତ୍ରିନାଥ ମେଳା ପୋଖରୀକୁ ଯାଇ କଳସ ପୂଜା କରି ଶୁଦ୍ଧ ପବିତ୍ର ଜଳ ଆଣି ମଣ୍ଡପକୁ ଆସିବା ପରେ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ପଣ୍ଡିତ ସୁପ୍ରଭାନୁ ମିଶ୍ର, ଅନ୍ତର୍ଯ୍ୟାମୀ କରଙ୍କ ଦ୍ଵାରା ମା ଲକ୍ଷ୍ମୀ ଙ୍କ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ହୃଦାନନ୍ଦ କର,ରଣଜୀତ ସାହୁ, ବିଜୟ ସାହୁ, ରାମଚନ୍ଦ୍ର ସାହୁ, ପପୁ ବାଲ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଏଠାରେ ୭ ଦିନ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ବୋଲି କହିଛନ୍ତି ତୁଳସୀପୁର ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘର ସଭାପତି ଆଇନଜୀବୀ ରଜନୀକାନ୍ତ ତ୍ରିପାଠୀ।