ତୁଳସୀ ପତ୍ର ଛିଣ୍ଡାଇବାର ନିୟମ

ଧାର୍ମିକ ପୌରାଣିକ ଗ୍ରନ୍ଥଗୁଡ଼ିକରେ ତୁଳସୀକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ପ୍ରତିଦିନ ତୁଳସୀ ଦର୍ଶନ କଲେ ପାପକ୍ଷୟ ହୁଏ ବୋଲି କୁହାଯାଏ । ସେହିପରି ତୁଳସୀଙ୍କୁ ପୂଜା କଲେ ମୋକ୍ଷ ମିଳେ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ପୂଜା ଓ ଶ୍ରାଦ୍ଧ କର୍ମରେ ତୁଳସୀ ହିଁ ନିହାତି ଜରୁରୀ ବୋଲି କୁହାଯାଏ ।
ତୁଳସୀ ପତ୍ରରେ ପୂଜା କଲେ ବ୍ରତ, ଯଜ୍ଞ, ଜପ, ହୋମ କରିବାର ପୂଣ୍ୟ ପ୍ରାପ୍ତି ହୋଇଥାଏ । କିନ୍ତୁ ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ବୋଲି କୁହାଯାଏ । କାରଣ ତୁଳସୀକୁ ଅତ୍ୟନ୍ତ ପବିତ୍ର ଭାବେ ଗଣନା କରାଯାଏ । କିନ୍ତୁ ଏହି ଦୋଷ କଟିବା ପାଇଁ ବି ଉପାୟ ଅଛି । କିଛି ମନ୍ତ୍ର ଅଛି ଯାହାକୁ ଜପ କରି ତୁଳସୀ ପତ୍ର ଛିଣ୍ଡାଇଲେ ଦୋଷ ଲାଗେ ନାହିଁ । ଆସନ୍ତୁ ଜାଣିବା କ’ଣ ସେହି ମନ୍ତ୍ର:
ଓଁ ଶୁଭଦ୍ରାୟ ନମଃ // ଓଁ ସୁପ୍ରଭାୟ ନମଃ //
ମାତସ୍ତୁଳସୀ ଗୋବିନ୍ଦ ହୃଦୟାନନ୍ଦକାରିଣୀ ନାରାୟଣସ୍ୟ ପୂଜାର୍ଥ ଚିନୋମି ତ୍ୱାଂ ନମୋସ୍ତୁତେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ