କୂଅ ଭିତରେ ଘର

ବିଶ୍ୱରେ ଅନେକ ଲୋକ ନିଜ ଅଜବ କାରନାମା ପାଇଁ ବେଶ୍‍ ଚର୍ଚ୍ଚାରେ ଥାଆନ୍ତି । ଚୀନର ଜଣେ ଦମ୍ପତି ଏଭଳି ଏକ କାରନାମା କରି ସମସ୍ତଙ୍କୁ ଚକିତ କରି ପକାଇଥିଲେ । ହେନାନ ପ୍ରାନ୍ତର ଝୋନଝୋଉ ନିବାସୀ ମାଫୁଲାଇ ଏବଂ ତାଙ୍କ ପତ୍ନୀ ଘରଭଡ଼ା ବଞ୍ଚାଇବା ପାଇଁ ଏକ ଶୁଖି ଯାଇଥିବା କୂଅ ଭିତରେ ବନାଇଛନ୍ତି ନିଜର ସ୍ୱପ୍ନର ଘର । ଏହି ଘରେ ସବୁ ପ୍ରକାରର ସୁବିଧା ମହଜୁଦ୍‍ ରହିଛି । ୧୬ ଫୁଟ ଗଭୀରରଏହି ଶୁଖିଲା କୁଅ ଭିତରେ ଟିଭି, ୱାସିଂ ମେସିନ୍‍, ଫ୍ରିଜ୍‍ ଆଦି ସମସ୍ତ ସୁବିଧା ସେମାନେ ରଖିବା ସହ ଘରଟି ସମ୍ପୂର୍ଣ୍ଣ ଫିନିସିଂ ଏବଂ ବାତାନୁକୂଳ ମଧ୍ୟ ଅଟେ । ଏହି ଦମ୍ପତି ଏକ ବିଶ୍ୱବିଦ୍ୟାଳୟରେ କାମ କରୁଥିଲା ବେଳେ ଘରଟି ଏହି ବିଶ୍ୱବିଦ୍ୟାଳୟ ନିକଟରେ ଅବସ୍ଥିତ । ୧୦ ବର୍ଷ ତଳେ ସେମାନେ ଚାକିରି ଅନ୍ୱେଷଣରେ ଏଠାକୁ ଆସିଥିଲେ । ଘରଭଡ଼ା ଦେବାକୁ ପାଖରେ ପଇସା ନଥିବା କାରଣରୁ ସେମାନେ ଶୁଖିଲା କୂଅ ଭିତରେ ନିଜ ଘର ତିଆରି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ