ତୁଳସୀ ସଂସ୍କୃତ ବିଦ୍ୟାଳୟର ୨୬ତମ ଗୀତା ଜୟନ୍ତୀ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ତୁଳସୀ ସଂସ୍କୃତ ବିଦ୍ୟାଳୟର ୨୬ତମ ଗୀତା ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ଗୀତା ପାଠ କରିବା ପରେ ଆହୁତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ଦାସ, ଅନ୍ତର୍ଯ୍ୟାମୀ ପଲାଇ, ଶିକ୍ଷୟିତ୍ରୀ କନକଲତା ଷଡଙ୍ଗୀ, ସୁଲୋଚନା ସ୍ୱାଇଁ, ଚିନ୍ମୟୀ ପରିଡା ଓ କର୍ମଚାରୀ ଅନାଦୀ ମହାରଣା, ପାଚିକା ରେବତୀ ନାୟକ ଏବଂ ବବିତା ପଲାଇ ପ୍ରମୁଖ ସହଯୋଗ କରିଥିଲେ । ଏଥିସହିତ ସେହି ଅଞ୍ଚଳର ଭଗବତ ପ୍ରେମୀମାନେ ଯୋଗଦେଇ ଗୀତା ଆବୃତ୍ତିରେ ଅଂଶଗ୍ରହଣ କରିଥିଲେ । ଶେଷରେ ଏଥିରେ ଯୋଗଦେଇଥିବା ଭଗବତ ପ୍ରେମୀମାନେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା ଅଞ୍ଚଳର ଭଗବତ ଚିନ୍ତା ଓ ଚେତନା ବୃଦ୍ଧିରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିିଛି ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ