ତୁଳସୀ ସଂସ୍କୃତ ବିଦ୍ୟାଳୟର ୩୩ତମ ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକର କୁହୁଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀ ସଂସ୍କୃତ ବିଦ୍ୟାଳୟର ୩୩ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ପଣ୍ଡିତ ସୁବାସ ଚନ୍ଦ୍ର ପାଣି କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ କନିଷ୍ଠ ବର୍ଗ ଓ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ବର୍ଗରେ ବିଭକ୍ତ କରାଯାଇ ୧୪ଟି ବିଭାଗର କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ଶିକ୍ଷକ ପ୍ରମୋଦ କୁମାର ଦାସ, ଅନ୍ତର୍ଯ୍ୟାମୀ ପଲାଇ, ଶିକ୍ଷୟିତ୍ରୀ କନକଲତା ଷଡଙ୍ଗୀ, ସୁଲୋଚନା ସ୍ୱାଇଁ, ଚିନ୍ମୟୀ ପରିଡା, ଶିକ୍ଷାକର୍ମୀ ଅନାଦି ମହାରଣା ପ୍ରମୁଖ କ୍ରୀଡା ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ