ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି
ନାୟକ ଅରିନ୍ଦମ ଆଉ ନାୟିକା ଶିବାନୀଙ୍କ ମଧ୍ୟରେ ଚାଲିଛି ପ୍ରେମ । ହେଲେ ପ୍ରେମ ଓଡ଼ିଶାରେ ନୁହଁ ଦିଲ୍ଲୀରେ ଚାଲିଛି । ନାୟକ ନାୟିକା ଦୁହେଁ ଦିଲ୍ଲୀରେ ରହୁଛନ୍ତି । ସେଠାରେ ପ୍ରେମ ହୋଇଯାଇଛି । ଦିନେ ନାୟକ ନାୟିକାକୁ ସାଇକେଲରେ ଧରି ଦିଲ୍ଲୀର ଗଳିକନ୍ଦି ବୁଲାଉଛି । ଆଉ ଗାଇଛି ‘ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି’ । ନିକଟରେ ଦିଲ୍ଲୀର ମିଠାପୁରରେ ଏହି ଗୀତର ସୁଟିଂ ଶେଷ ହୋଇଛି । ନାୟକ ଅରିନ୍ଦମ ନାୟିକା ଶିବାନୀଙ୍କୁ ସାଇକେଲରେ ଧରି ବୁଲିବା ଦୃଶ୍ୟ ଚମକ୍ରାର ଢ଼ଙ୍ଗରେ ରୂପ ଦିଆଯାଇଛି ଏଥିରେ । ଏ ଗୀତରେ କୋରିଓଗ୍ରାଫ କରିଛନ୍ତି ଗିରୀଶ ମହାନ୍ତି । ଖ୍ୱାଜା ଗରିବ ନୱାଜ ପ୍ରଡକ୍ସନ ନିବେଦିତ, ସନ୍ତୋଷ ନାରାୟଣ ଦାସ ପ୍ରଯୋଜିତ ଏ ଚିତ୍ରରେ ନିର୍ଦ୍ଦେଶନାରେ ତାପସ ସରଗରିଆ ଥିବା ବେଳେ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ । ସ୍ୱର ସଂଯୋଜନା କରିଛନ୍ତି ମଳୟ ମିଶ୍ର ।
ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ ସମରେଶ, ବବି ମିଶ୍ର, ଚୌଧୁରୀ ବିକାଶ ଦାସ, ସୁରେଶ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ସିନା ମହାନ୍ତି, ରବି ମିଶ୍ର, ବିଦୁସ୍ମିତା, ଦୀପକ ମିଶ୍ର, ସନ୍ତୋଷ ନାରାୟଣ ପ୍ରମୁଖ ଏଥିରେ ଅଭିନୟ କରୁଛନ୍ତି ।


