ତୂଳୀରେ ରଙ୍ଗ ବରଷେ ବୃକ୍ଷ ବଖାଣୁଛି ରଙ୍ଗର ଗାଥା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ସଭିଙ୍କ ମନରେ ଉତ୍ସାହ ନ କହିଲେ ନ ସରେ । ରଙ୍ଗର ଏହି ମହାପାର୍ବଣ ବେଶ୍ ହସଖୁସିରେ କଟୁ ଏ ନେଇ ସ୍ମାର୍ଟନଗରୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ତୂଳୀରେ ଅତୀତରେ ରହିଥିବା ହୋଲିର ମହତ୍ତ୍ୱ ଓ ପରମ୍ପରାକୁ ଅତି ସୁନ୍ଦର ଓ ନିଖୁଣ ରୂପେ ବଖାଣିଛନ୍ତି । ରଙ୍ଗ ଓ ତୂଳୀରେ ଆଙ୍କିଛନ୍ତି ଏକ ରଙ୍ଗୀନ ବୃକ୍ଷ । ବୃକ୍ଷରୁ ଝଡୁଛି ପ୍ରକୃତିର ମନଲୋଭା ଆକର୍ଷଣୀୟ ନାନାଦି ରଙ୍ଗ । ଯାହା ପ୍ରକୃତିର ଶ୍ରେଷ୍ଠ ଓ ମୂଲ୍ୟବାନ ଉପହାର । ଅର୍ଥାତ୍ ରଙ୍ଗର ଗନ୍ତାଘର ହେଉଛି ପ୍ରକୃତି । ପ୍ରକୃତିର ଏହି ଅନନ୍ୟ ସୃଷ୍ଟିର ରଙ୍ଗକୁ ପୂର୍ବେ ହୋଲିରେ ବ୍ୟବହୃତ ହେଉଥିଲା । ଯେପରି ହଳଦୀ, ଡ଼ାଲିଆ ଫୁଲ, ମନ୍ଦାର ଫୁଲ, ଲାଲ୍ ଚନ୍ଦନ, ଚାଉଳଗୁଣ୍ଡ, ଡ଼ାଳିମ୍ବଚୋପା, ମଞ୍ଜୁଆତିପତ୍ର, ବେସନ ଇତ୍ୟାଦି । ଏସବୁ ରଙ୍ଗରେ ଥାଏ ରୋଗ ପ୍ରତିରୋଧକ ଶକ୍ତି ଏବଂ ଔଷଧୀୟ ଗୁଣ । ସଂପ୍ରତି ଏବେ ପ୍ରାକୃତିକ ରଙ୍ଗର ସ୍ଥାନ ନେଇଛି ମାରାତ୍ମକ ରାସାୟନିକ ରଙ୍ଗ । ଯାହା ମଣିଷର ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହାନୀକାରକ । ଏଣୁ ରଙ୍ଗର ପର୍ବ ହୋଲିରେ ପ୍ରାକୃତିକ ରଙ୍ଗକୁ ସମସ୍ତେ ଆପଣାନ୍ତୁ ଏବଂ ରାସାୟନିକ ରଙ୍ଗ ଠାରୁ ଦୂରରେ ରହି ନିରାପଦ ଓ ସୁରକ୍ଷିତ ହୋଲି ଖେଳିବା ପାଇଁ ଶାନ୍ତନୁ ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ