ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତୀ ପରୀକ୍ଷା ଦେଲେ ୬୬୭ଜଣ ଛାତ୍ରଛାତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ମୋଟ ୬୬୭ଜଣ ଛାତ୍ରଛାତ୍ରୀ ତୃତୀୟ ଓ ପଞ୍ଚମ ଶ୍ରେଣୀ ବ୍ୟତ୍ତି ପରୀକ୍ଷା ଦେଇଛନ୍ତି । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ୬ଟି ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ଶାଳଣିଆଁ ନୋଡାଲ ୟୁପି ସ୍କୁଲ ପରୀକ୍ଷା କେନ୍ଦ୍ରରେ ୬୫ଜଣ, ମରୈଗାଁ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୪୩ଜଣ, ହାଟଡିହି ନୋଡାଲ ପରୀକ୍ଷା କେନ୍ଦ୍ରରେ ୫୭ଜଣ, ସୋସୋ ନୋଡାଲ ୟୁପି ସ୍କୁଲ ପରୀକ୍ଷା କେନ୍ଦ୍ରରେ ୫୭ଜଣ, ବାଙ୍ଗୋର ନୋଡାଲ ୟୁପି ସ୍କୁଲ ପରୀକ୍ଷା କେନ୍ଦ୍ରରେ ୪୬ଜଣ, ରମ୍ପାସ ୟୁପି ସ୍କୁଲ ପରୀକ୍ଷା କେନ୍ଦ୍ରରେ ୬୭ଜଣ ଏହିପରି ତୃତୀୟ ଶ୍ରେଣୀରେ ମୋଟ ୩୩୫ଜଣ ପରୀକ୍ଷା ଦେଇଥିବାବେଳେ ୨୮ଜଣ ଅନୁପସ୍ଥିତ ରହିଥିଲେ । ସେହିପରି ୫ମଶ୍ରେଣୀ ବୃତ୍ତି ପରୀକ୍ଷାରେ ମୋଟ ୩ଟି ପରୀକ୍ଷା କେନ୍ଦ୍ରରେ ୩୩୨ଜଣ ପରୀକ୍ଷା ଦେଇଛନ୍ତି । ଶାଳଣିଆଁ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୦୫ଜଣ, ହାଟଡିହି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୩୧ଜଣ, ବାଲିବରେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୯୬ଜଣ ପରୀକ୍ଷା ଦେଇଥିବାବେଳେ ୩୧ଜଣ ଅନୁପସ୍ଥିତ ରହିଥିବା ଏବିଇଓ ସୁରେଶ କୁମାର ଯେନା ସୁଚନା ଦେଇ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ