ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୧ ମାମଲାର ଶୁଣାଣି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରବିବାର ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟଳୟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାରପତି ରାଜଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୬ଟି ମାମଲାର ଶୁଣାଣି କରାଯିବା ସହ ୨ ଲକ୍ଷ ୮୫ ହଜାର ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୫ଟି ବିଭିନ୍ନ ମକଦ୍ଦମାର ଶୁଣାଣି କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ ହିଞ୍ଜିଳିକାଟୁ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ, ଆଇନଜୀବୀ ରାମଚନ୍ଦ୍ର ମହାପାତ୍ର, ନିରଞ୍ଜନ ସାହୁ, ମାନସ ରଞ୍ଜନ ପାଢି, ଦ୍ବିତୀକୃଷ୍ଣ ସାବତ, ଶୁସାନ୍ତ ପାଣିଗ୍ରାହୀ, ପ୍ରମୋଦ କୁମାର ଦଳାଇଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ