ତୃତୀୟ ଲହର କରୋନା ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ‘ମାଇଁ ଏନ୍‌ସିସି ଆଲୁମିନି ଆସୋସିଏସନ୍‌’ପକ୍ଷରୁ ଏକ ସମାଜ କଲ୍ୟାଣ ମୂଳକ(ତୃତୀୟ ଲହର କରୋନା ପଥପ୍ରାନ୍ତ ସଚେତନତା) କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଯାହାକି ବର୍ତ୍ତମାନ ସମୟରେ ନିତ୍ୟାନ୍ତ ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ କରୋନାର ତୃତୀୟ ଲହର ଆସିବ ବୋଲି ଯାହା ଆକଳନ କରାଯାଉଛି ସେଥିଯୋଗୁ ମାଇଁ ଏନସିସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ବାହାରି କେନ୍ଦ୍ରାପଡା ସହର ପରିକ୍ରମା କରିବା ସହିତ କରୋନା ମହାମାରୀ ସହିତ କିପରି ଲଢେଇ କରିବେ ସେଥିପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ ଏବଂ ଏଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମମାନ କରିବା ପାଇଁ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ । ଏଭଳି ଜନମଙ୍ଗଳ ଭିତ୍ତିକ କାର୍ଯ୍ୟକ୍ରମରେ ବର୍ତ୍ତମାନର ଏନସିସି ବାଳକ ବିଭାଗ, ବାଳିକା ବିଭାଗ କ୍ୟାଡେଟମାନଙ୍କ ସମେତ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିହ୍ମୟ କୁମାର ବିଶ୍ୱାଳ, ଶ୍ରୀକାନ୍ତ ପୋଥାଳ, ଏମ.ଡି ସାଜିଦ୍ ଖାଁ, ଉମେଶ ଚନ୍ଦ୍ର ସାହୁ, ଏମ.ଡି ରିୟାଜୁଦ୍ଦିନ୍‌, ଅନୁପ କୁମାର ରାଉତ, ରଞ୍ଜନ କୁମାର ଲେଙ୍କା, ଦେବୀ ପ୍ରସନ୍ନ ସ୍ୱାଇଁ, ଆରତୀ ପତି, ଏଲିନା ପତି, ବିଶ୍ୱାମିତ୍ର ସାହୁ, ସୋନାଲି ପୃଷ୍ଟି, ଶୁଭଶ୍ରୀ ବେହେରାଙ୍କ ସମେତ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଏନସିସି ବାଳିକା ବିଭାଗର ମୁଖ୍ୟ ଲେପନାଣ୍ଟ ସୀମା ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ