ତେଇସିପୁର ଓ ସୁଆବରାଇଠାରେ ମୁଗବିରି ମଣ୍ଡି ଉଦ୍ଘାଟିତ
ପିପିଲି (ଜୁଗାବ୍ଦ ନ୍ୟୁଜ୍): ପିପିଲି ବ୍ଲକର ତେଇସିପୁର ଓ ସୁଆବରାଇ ସେବା ସମବାୟ ସମିତିଠାରେ ମୁଗ ବିରି ମଣ୍ଡି ଉଦ୍ଘାଟିତ ହୋଇଛି । ଏହି ମଣ୍ଡିରେ କେନ୍ଦ୍ର ସରକାରଙ୍କ ନାଫେଡ ଅଧିନରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ସହାୟତାରେ ସେବା ସମବାୟ ସମିତିଠାରେ ଚାଷୀମାନେ ଅନ୍ଲାଇନରେ ନାମ ପଞ୍ଜିକରଣ କରି ମୁଗ ବିରିକୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ମଣ୍ଡିରେ ଦେଇପାରିବେ । ମୁଗ କ୍ୟୁଣ୍ଟାଲ ପିଛା ସରକାରୀ ମୂଲ୍ୟ ୬୯୭୫ ଟଙ୍କା ବିରି କ୍ୟୁଣ୍ଟାଲ ପିଛା ୫୬୦୦ ଟଙ୍କା ଦେଇ ସେବା ସମବାୟ ସମିତି ଜରିଆରେ କ୍ରୟ କରାଯିବ ବୋଲି ପ୍ରକ୍ୟୁର୍ମେଣ୍ଟ ମ୍ୟାନେଜର ଦୁର୍ଗାଚରଣ ଛୋଟରାୟ ସୁଚନା ଦେଇଛନ୍ତି । ମଣ୍ଡି ଉଦ୍ଘାଟନ ଉତ୍ସବରେ ତେଇସିପୁର ସେବା ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଆତ୍ମା ଅଧ୍ୟକ୍ଷ ତଥା ତେଇସିପୁର ସମିତି ସଭ୍ୟ ଧରଣିଧର ସାହୁ, ସୁଆବରାଇ ସେବା ସମବାୟ ସମ୍ପାଦକ ଦିଲିପ ନାୟକ ଓ ପୂର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ୍ ଅସୁବିଧା ପାଇଁ ମୁଗବିରି ମଣ୍ଡି ଖୋଲିବା ପାଇଁ ବିଳମ୍ବ ହେଉଥିବା ପ୍ରକ୍ୟୁରମେଣ୍ଟ ମ୍ୟାନେଜର ଦୁର୍ଗାଚରଣ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।