ତେନ୍ତୁଳିଆରେ ୨୫ତମ ରାହାସ ମହୋତ୍ସବ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଳକ ତେନ୍ତୁଳିଆ ଗ୍ରାମରେ ୨୫ତମ ରାହାସ ମହୋତ୍ସବ ଗ୍ରାମବାସୀ ଙ୍କ ଦ୍ବାରା ମହା ଆଡ଼ମ୍ବର ରେ ପାଳିତ ହୋଇଯାଇଛି। ଗାଁ ମୁଣ୍ଡରେ ଥିବା ବାବା ଭାରତେଶ୍ୱର ଗାଦିବ୍ରହ୍ମ ପୀଠରେ ପବିତ୍ର କାର୍ତ୍ତିକ ମାସ ପଂଚୁକ ନିମନ୍ତେ ୫ ଦିନ ବ୍ୟାପି ଏହି ମହୋତ୍ସବ ଆୟୋଜିତ କରାଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ପ୍ରତିଦିନ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ଜଣାଣ ସହ ଓଡ଼ିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟ ପରିବେଷଣ କରାଯାଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଛି। ଏହି ରାହାସ ମହୋତ୍ସବ ଅବସରରେ ଧରମ ମାସ ଭାବେ ପରିଗଣିତ କାର୍ତ୍ତିକରେ ଗାଁର ଝିଅମାନେ ସକାଳୁ ଉଠି ଝାଟୁଆରେ ଦାଣ୍ଡ ଓଳାଇବା, ଗାଁ ଶେଷ ମୁଣ୍ଡରେ ଚଉରା ମୂଳରେ ଚିତା ପକାଇ, ସଞ୍ଜ ଧୂପ ଦୀପ ଦେଇ ମନଖୁସିରେ ଦାଣ୍ଡ ପହଁରା ଓଷା ପାଳନ କରିଛନ୍ତି। ପୁରାତନ ପରମ୍ପରା ଅନୁଯାୟୀ ଦାଣ୍ଡ ପହଁରା ପରେ କିଆ ଗଛରେ ଝାଡୁ ପିଟି ପାରମ୍ପରିକ ଗୀତ ବୋଲି ଥାଆନ୍ତି। ଯାହା ପୁରାତନ ସଂସ୍କୃତି ଓ ପରମ୍ପରା ବଜାୟ ରଖିବାର ନିଆରା ପ୍ରୟାସ ବୋଲି ଝିଅ ମାନେ କୁହନ୍ତି। ସହରରେ ଏହା ଦେଖିବାକୁ ମିଳି ନଥିବା ବେଳେ ଗାଁ ଗହଳିରେ ମଧ୍ୟ ଲୋପ ପାଇବାକୁ ବସିଲାଣି। କିନ୍ତୁ ତେନ୍ତୁଳିଆ ଗ୍ରାମରେ ବଞ୍ଚି ରହିଛି ଓଡ଼ିଆ ପର୍ବ ପର୍ବାଣୀ ଓ ସଂସ୍କୃତି ପରମ୍ପରା। ଗ୍ରାମ ସଭାପତି ବିଶ୍ଵନାଥ ଜେନା, ସମ୍ପାଦକ ଆର୍ତ୍ତତ୍ରାଣ ସାହୁ, କୋଷାଧ୍ୟକ୍ଷ ସମୀର ପ୍ରଧାନ, ସୁଶାନ୍ତ ସାହୁ, ବଂଶୀଧର ବେହେରା, ଗୌରାଙ୍ଗ ଦାସ, ଗୋକୁଳି ପ୍ରଧାନ, ବାବୁ ପାତ୍ର, ପ୍ରସନ୍ନ ଦାସ, ବିଚି ଦାସ, କାଳନ୍ଦି ସାହାଣୀ, ଅର୍ଜୁନ କାଳିଆ, ରାଜେନ୍ଦ୍ର ପ୍ରଧାନ ଓ ପ୍ରଦୀପ୍ତବେହେରା ପ୍ରମୁଖ ଏହି ମହୋତ୍ସବକୁ ପରିଚାଳନା କରୁଛନ୍ତି। ସୋମବାର ପ୍ରାତଃ ରେ ଏହା ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ