ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଂ ରୁମ୍ ପରିସରରେ ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ ଉତ୍ସବ ପାଳିତ ହୋଇଥିଲା । ପଣ୍ଡିତ୍ ହରି ଗୋପାଳ ଶାସ୍ତ୍ରୀଙ୍କ ଦ୍ୱାରା ଅଗ୍ରଦେବତା ଗଣେଶ ପୂଜା ଏବଂ ରୀତିନୀତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳା ମଣ୍ଡଳୀ ଦ୍ୱାରା ଲଲିତା, ବିଷ୍ଣୁ ଏବଂ ଅନ୍ୟାନ୍ୟ ପରାୟଣ ଉପସ୍ଥାପନ କରିଥିଲେ । ଗୁରୁ ଗଣେଶ ପଟ୍ଟନାୟକଙ୍କ ଦ୍ୱାରା ଭଝନ ଏବଂ ସଂଗୀତ ପରିଷେଣ ହୋଇଥିଲା । ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀ ତରଫରୁ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ଆଇନଜୀବୀ ବି.ଶ୍ରୀନିବାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କୋଭିଡ୍ ସମୟରେ କ୍ରାନ୍ତି ଷ୍ଟୋରର କେ.ଚିନୁ ଏବଂ ତାଙ୍କ ପତ୍ନୀ ସିତଲ୍ଙ୍କ ଆନ୍ତରିକ ସେବା ପାଇଁ ସମ୍ମାନିତ କରାଯାଇଥିଲା ।


