ବିଦ୍ୟା ସଂସ୍କାର ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ପାରଳାଖେମୁଣ୍ଡି ଶନିବାର (ଚୈତ୍ରଶୁକ୍ଳ ପ୍ରତିପଦା)ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ହିନ୍ଦୁ ନବବର୍ଷ ଉତ୍ସବ ଓ ବିଦ୍ୟାରମ୍ଭ ସଂସ୍କାର ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ପିଲାମାନେ ଶୁଦ୍ଧବସ୍ତ୍ର ପରିଧାନ କରି ରାଜଗୁରୁ ସାହି ଛକସ୍ଥିତ ଶ୍ରୀ ରଘୁନାଥ ମନ୍ଦିରରେ ପୂଜା କରାଯାଇଥିବା ଗୀତା, ନୂତନ ବହି, ସିଲଟ, ଖଡି ଓ କଲମ ଧରି ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗାୟତ୍ରୀ ପରିବାରର ଶ୍ରୀ ସନ୍ତୋଷ ଗନ୍ତାୟତ ତଥା ବରିଷ୍ଠ କର୍ମକର୍ତ୍ତା ଶ୍ରୀ ବୃନ୍ଦାବନ ମିଶ୍ର ପିଲାମାନଙ୍କୁ ଶୃଙ୍ଖଳିତ ଜୀବନ ଓ ଉତ୍ତମ ଅଧ୍ୟୟନ ପାଇଁ ମାର୍ଗ ଦର୍ଶନ ଦେଇଥିଲେ ତତ୍ ସହିତ ବିଦ୍ୟା ସଂସ୍କାର ବିଷୟରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଗୁରୁଜୀ ଶ୍ରୀ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


