ତେଲେଙ୍ଗାନାରୁ କଳାହାଣ୍ଡି ଫେରୁଥିବା ୧୧୭ ଶ୍ରମିକଙ୍କୁ କଳାହାଣ୍ଡି ସୀମାରେ ତନଖି
କଳାହାଣ୍ଡି (ଓ୍ୱାଇଏନ୍ଏସ୍): ତେଲେଙ୍ଗାନା ରାଜ୍ୟ ଖମମ ଜିଲ୍ଲାରେ ଫସିଥିବା କଳାହାଣ୍ଡି ଜିଲ୍ଲାର କୋକସରା ଗୋଳାମୁଣ୍ଡା ଓ ଧର୍ମଗଡ଼ ବ୍ଲକର ପ୍ରାୟ ୧୧୭ ଜଣ ଶ୍ରମିକଙ୍କୁ ଓ ତାଙ୍କ ପିଲାଛୁଆ ୨ ଗୋଟି ୭୦୮ ଗାଡି ଓ ଏକ ପିକଅପ ଗାଡିରେ ତେଲେଙ୍ଗାନା ପ୍ରଶାସନର ପାସ ଧରି ଫେରୁଥିବା ସମୟରେ ନବରଙ୍ଗପୁର କଳାହାଣ୍ଡି ସୀମାନ୍ତ ଆମପାଣି ଘାଟିରେ ପେଟ୍ରୋଲିଂ କରୁଥିବା ଆମପାଣି ପୋଲିସ ଦ୍ୱାରା ଅଟକ ରଖି ସେମାନଙ୍କ ଯାଞ୍ଚ କରିବା ସହ ସ୍ଥାନୀୟ କୋକସରା ବ୍ଲକ ପ୍ରଶାସନକୁ ଖବର ଦେବାପରେ କୋକସରା ବିଡ଼ିଓ ମନୀଷା ଦାସ ସହ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ଓ ରାଜସ୍ୱ ବିଭାଗ ର କର୍ମଚାରୀ ମାନେ ପୃଥକ ପୃଥକ ସେମାନଙ୍କ ପରିଚୟ ନାମ ଠିକଣା ମୋବାଇଲ ନମ୍ବର ଲେଖିବା ସହ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରିଛନ୍ତି ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ର ଏହି ଶ୍ରମିକ ମାନେ ତେଲେଙ୍ଗାନା ରାଜ୍ୟ ଖମମ ଜିଲ୍ଲା ରେ ଲଙ୍କା ବଗିଚା ରେ ଶ୍ରମିକ ରହି କାମ କରୁଥିଲେ ତେବେ ଲକଡାଉନ ପରେ ମାଲିକ କାମ ବନ୍ଦ କରିବାରୁ ସେମାନେ ବହୁ ଅସୁବିଧା ରେ ଫସି ରହିଥିଲେ ପରେ ତେଲେଙ୍ଗାନା ଖମମ ଜିଲ୍ଲା ପ୍ରଶାସନ ତ ଅନୁମତି ପତ୍ର ନେଇ ଓଡିଶା ର କଳାହାଣ୍ଡି ଜିଲ୍ଲା କୁ ଫେରିବା ସମୟରେ ସୀମାନ୍ତ କଳାହାଣ୍ଡି ରେ ପେଟ୍ରୋଲିଂ କରୁଥିବା ଆମପାଣି ପୋଲିସ ସେମାନଙ୍କୁ ଅଟକ ରଖି ବ୍ଲକ ପ୍ରଶାସନ କୁ ଜଣାଇଥିଲେ ପରେ ବ୍ଲକ ପ୍ରଶାସନ ପହଞ୍ଚି ତଦନ୍ତ ପରେ ଶ୍ରମିକ ଙ୍କୁ ଛାଡିବା ସହ ନିଜ ପଞ୍ଚୟତ ରେ ଥିବା କ୍ୱାରେଣ୍ଟଟାଇନ ରହିବାକୁ କହିବା ସହ ଛାଡ଼ିଥିଲେ ।