ତୋଟାରୁ ଅଚିହ୍ନା ଝୁଲନ୍ତା ଶବ ଉଦ୍ଧାର

ଛତ୍ରପୁର,(ଦେବଦତ୍ତ ମହାରଣା ) : ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗ୍ରାମ ନିକଟ ଏକ କାଜୁ ତୋଟାରୁ ଝୁଲନ୍ତା ଅବସ୍ଥାରେ ଶବକୁ ପୁଲିସ ଉଦ୍ଧାର କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ଛତ୍ରପୁର ଥାନା ପକ୍ଷରୁ ୨୫/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଚିହ୍ନା ଶବକୁ ବ୍ରହ୍ମପରୁ ପଠାଯାଇଛି । ସୂଚନାନୁସାରେ, ଆଜି ଗ୍ରାମ ନିକଟ ଏକ ତୋଟା ଭିତରେ ଗଛରେ ଜଣଙ୍କ ମୃତ ଶରୀର ଝୁଲୁଥିବା ନେଇ ଛତ୍ରପୁର ଥାନା ପୁଲିସକୁ ବିପୁଳିଙ୍ଗି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିବା ପରେ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ସେକେଣ୍ଡ ଅଫିସର ଏସ୍‌.ବେଣୀଆ, ଏଏସ୍‌ଆଇ ପି.କେ.ଜେନା ପ୍ରମୁଖ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ପରେ ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳେ ପହଞ୍ଚି ଟିକିନିଖି ତଦନ୍ତ କରିଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତରୁ ଜଣାପଡିଥିଲା ଯେ, ମୃତ ଅଚିହ୍ନା ବ୍ୟକ୍ତି ଜଣକ ପ୍ରାୟ ୪ ରୁ ୫ ଦିନ ହେଲା ତୋଟାରେ ଥିବା ଗଛରେ ଏକ ପ୍ଲାଷ୍ଟିକ ଦୌଡି ସାହାର୍ଯ୍ୟରେ ଆତ୍ମହତ୍ୟା କରିଛି । ଅଚିହ୍ନ ଶବକୁ ଉଦ୍ଧାର କରିବା ପରେ ବ୍ରହ୍ମପୁରକୁ ପଠାଯାଇଥିଲା ବୋଲି ଥାନା ଅଧିକାରୀ ଶ୍ରୀ ଛୋଟରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ