ତୋଡଗାଁ ଉପ୍ରା ବିଦ୍ୟାଳୟରେ ଟେରାକୋଟା କର୍ମଶାଳା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ତୋଡଗାଁ ସରକାରୀ ଉପ୍ରା ବିଦ୍ୟାଳୟରେ ଟେରାକୋଟା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସେଠୀଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାରେ ପୂର୍ବତନ ସରପଞ୍ଚ ସରୋଜ କୁମାର ଜେନା, ପୁରାତନ ଛାତ୍ର ସଂସଦର ସଭ୍ୟ ଉମାକାନ୍ତ ସେଠୀ, ଅତିସ ନନ୍ଦ, ସହକାରୀ ଶିକ୍ଷକ ପର୍ଶୁରାମ ନାୟକ, ବିଭୂତିଭୂଷଣ ରାଉତ, ବିକାଶ ସେଠୀ, ଅସିତା ଲେଙ୍କା, ଶୀତିକଣ୍ଠ ଶିଅଳ, ଏସଏମସି ସଭାପତି ଦିନେଶ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଚିତ୍ରାଙ୍କନ ଓ ଟେରାକୋଟା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ପୁରୁଷଣ୍ଢ ଉପ୍ରା ବିଦ୍ୟାଳୟର କଳା ଶିକ୍ଷକ ପଦ୍ମନାଭ ସେଠୀ ଯୋଗ ଦେଇ ପିଲା ମାନଙ୍କୁ ଚିତ୍ରାଙ୍କନ ଓ ଟେରାକୋଟାର ବିଭିନ୍ନ ମ୍ରୂ୍ତ୍ତି, ପଶୁପକ୍ଷୀ ଆଦି ନିର୍ମାଣ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ