ତୋଡଗାଁ ପଞ୍ଚାୟତରେ ବିଜେପି ପକ୍ଷରୁ ରାସନ ସାମଗ୍ରୀ, ମାସ୍କ ବଣ୍ଟନ

ବନ୍ତ(ଚାନ୍ଦିନୀ ମହାନ୍ତି) : ସେବା କାର୍ଯ୍ୟର ୪୧ ଦିନରେ ବନ୍ତ ବ୍ଲକ ତୋଡଗାଁ ପଞ୍ଚାୟତର ବରଡେଶ୍ୱର, ବରଡା, ଚିନାମାଳି, ବରପଦୀ, ପାଟଣା ଆଦି ଗ୍ରାମରେ ରାସନକାର୍ଡରୁ ବଞ୍ôଚତ ପରିବାର ଓ ଅସହାୟ ଲୋକ ମାନଙ୍କୁ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ରାସନ ସାମଗ୍ରୀ, ମାସ୍କ, ହାତଧୁଆ ସାବୁନ୍ ବଣ୍ଟନ କରାଯାଇଛି । ଏଥିସହ ସାମାଜିକ ଦୂରତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନବକିଶୋର ବଳ, ବନମାଳୀ ଜେନା, ଜୟସ୍ମିତା ଗୋଛାୟତ, ଲକ୍ଷ୍ମୀଧର ସାହାଣୀ, ପରୀକ୍ଷିତ ଜେନା, ରାଜୀବଲୋଚନ ସାହୁ, ଶୁଭକାନ୍ତ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ