ତ୍ରିଦିବସୀୟ ଶ୍ରୀଜୟଦେଵ ଜୟନ୍ତୀ ସମାରୋହ ଉଦ୍ଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପବିତ୍ର ଅକ୍ଷୟ ତୃତୀୟା ଅଵସରରେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଗୀତଗୋବିନ୍ଦର ରଚୟିତା ମହାକବି ଶ୍ରୀଜୟଦେବଙ୍କ ଜୟନ୍ତୀ ସମାରୋହ ଚନ୍ଦ୍ରଭାଗାସ୍ଥିତ ଜୟଦେବ ବାଟିକା ପରିସରରେ ଉଦ୍ଘାଟିତ ହୋଇଯାଇଛି । କୋଣାର୍କ ଶ୍ରୀଜୟଦେଵ ଜୟନ୍ତୀ ଉତ୍ସବ କମିଟି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ କମିଟିର ସଭାପତି ଗୋପାଳ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ। ଜୟଦେବ ଜୟନ୍ତୀ ଉତ୍ସବ କମିଟିର ସଂପାଦକ ରବୀନ୍ଦ୍ରନାଥ ବାହିନୀପତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ସଵର ପ୍ରତିଷ୍ଠାତା ସଦସ୍ୟ ତଥା ଉପଦେଷ୍ଟା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର , ସମାଜସେବୀ ଭାଗିରଥୀ ସ୍ୱାଇଁ , ଚନ୍ଦ୍ରଭାଗା ଵଜାର ସଭାପତି ଅଜୟ କୁମାର ବେହେରା , ସମାଜସେବୀ ସଞ୍ଜୟ କୁମାର ରାଉତରାୟ , ମହୋଦଧି ଏଜୁକେସନ ଏକାଡେମୀର ନିର୍ଦ୍ଦେଶକ ଶୁଵ୍ରଜିତ୍ ମହାପାତ୍ର, ସମାଜସେବୀ ଶତ୍ରୁଜିତ୍ ନାୟକ , ସାମ୍ବାଦିକ ସଂଜୟ ପତି , କୋଣାର୍କ ପ୍ରେସ କ୍ଲବ୍ ସଭାପତି ଧନଞ୍ଜୟ ବେହେରା , ସଂପାଦକ ବିଚିତ୍ର ଓଝା , କୋଣାର୍କ ସାମ୍ବାଦିକ ସଂଘ ସଭାପତି ଜ୍ୟୋତିରାଜ ମହାନ୍ତି , ସଂପାଦକ ମନୋରଞ୍ଜନ ପଣ୍ଡା , ସାମ୍ବାଦିକ ମାନସ ରଞ୍ଜନ ପାତ୍ର , ଗଣେଶ ଚନ୍ଦ୍ର ବେହେରା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ସଂସ୍ଥାନର ସଂପାଦକ ଵିରଞ୍ଚି ନାରାୟଣ ରଥ ପ୍ରମୁଖ ଯୋଗଦେଇ ଜୟଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗୀତଗୋବିନ୍ଦ ଗାନ କରିଥିଲେ। ସଂଧ୍ୟାରେ କଵି ଶ୍ରୀଜୟଦେଵଙ୍କ ଜୀଵନାଦର୍ଶ ସଂପର୍କରେ ଆଲୋଚନା ପରେ ମୁଳିସାହି ଗ୍ରାମର ମା ଖିଲେଶ୍ଵରୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଶ୍ରୀଜୟଦେଵ ରଚିତ ସଂଗୀତ ଗାନ ଓ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହି ଅଵସରରେ ଜୟଦେବ ସଂଗୀତ ପରିବେଷଣ କରିଥିବା କଳାକାରମାନଙ୍କୁ କମିଟି ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନପୂର୍ଵକ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତବର୍ଷ ଏହି ଉତ୍ସବକୁ ଚନ୍ଦ୍ରଭାଗା ବଜାର କମିଟିର ଦିବଙ୍ଗତ ସଭାପତି ତଥା ଶ୍ରୀଜୟଦେଵ ଜୟନ୍ତୀ କମିଟିର ସଦସ୍ୟ ଭାସ୍କର ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ସମାରୋହ ତିନିଦିନ ଧରି ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।