ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ୮୧୦ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ପାଞ୍ଚୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ କେନ୍ଦ୍ରାପଡା ଜିଲ୍ଲାର ୮୧୦ଜଣ ପ୍ରାର୍ଥୀ ୱାର୍ଡସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଜିଲ୍ଲର ୬୮୪ଜଣ ୱାର୍ଡସଭ୍ୟ, ୮୩ଜଣ ସରପଞ୍ଚ, ୩୯ଜଣ ସମିତି ସଭ୍ୟ ଓ ୪ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ମାର୍ଶାଘାଇ ବ୍ଲକରେ ୧୨୧ୱାର୍ଡସଭ୍ୟ, ୧୨ ସରପଞ୍ଚ, ୧୧ ସମିତିସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କେନ୍ଦ୍ରାପଡା ବ୍ଲକରେ ୯୧ଜଣ ୱାର୍ଡସଭ୍ୟ, ୫ଜଣ ସରପଞ୍ଚ ଓ ୪ଜଣ ସମତିସଭ୍ୟ, ରାଜନଗର ବ୍ଲକରେ ୨୮ଜଣ ୱାର୍ଡସଭ୍ୟ, ୫ଜଣ ସରପଞ୍ଚ ଓ ୧୦ଜଣ ସମିତି ସଭ୍ୟ, ମହାକାଳପଡା ବ୍ଲକରେ ୮୨ଜଣ ୱାର୍ଡସଭ୍ୟ, ୭ଜଣ ସରପଞ୍ଚ ଓ ୩ଜଣ ସମିତିସଭ୍ୟ, ଆଳି ବ୍ଲକରେ ୭୦ଜଣ ୱାର୍ଡସଭ୍ୟ, ୧୯ଜଣ ସରପଞ୍ଚ, ୨ଜଣ ସମିତିସଭ୍ୟ, ରାଜକନିକା ବ୍ଲକରେ ୭୨ଜଣ ୱାର୍ଡସଭ୍ୟ, ୭ଜଣ ସରପଞ୍ଚ, ୪ଜଣ ସମିତିସଭ୍ୟ, ପଟ୍ଟାମୁଣ୍ଡାଇ ବ୍ଲକରେ ୯୩ଜଣ ୱାର୍ଡସଭ୍ୟ, ୧୬ଜଣ ସରପଞ୍ଚ, ୨ଜଣ ସମିତିସଭ୍ୟ, ଗରଦପୁର ବ୍ଲକରେ ୪୯ଜଣ ୱାର୍ଡସଭ୍ୟ, ୯ଜଣ ସରପଞ୍ଚ, ଜଣେ ସମିତିସଭ୍ୟ ଏବଂ ଡେରାବିଶ ବ୍ଲକରେ ୭୮ଜଣ ୱାର୍ଡସଭ୍ୟ, ୩ଜଣ ସରପଞ୍ଚ ଓ ୨ଜଣ ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ନିକଟରେ ୪ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରୁ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ନଂ.୧ରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ଝରଣା ମଲିକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଳିର ଜୋନ ନଂ-୨ରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭିଷ୍ମ ମହାନ୍ତି ଓ ଆଳିର ଜୋନ ନଂ- ୪ରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ମାନଗୋବିନ୍ଦ ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ନଂ- ୩୧ରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ସନ୍ତୋଷ କୁମାର ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲରେ ସହାୟତା କରିବା ପାଇଁ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ଥିଲେ । ଆଳି ଜିଲ୍ଲା ପରିଷଦ ଜୋନ ନଂ- ୨ରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଶ୍ରୀ ମହାନ୍ତିଙ୍କ ସହିତ ଦୀନବନ୍ଧୁ ନାୟକ, ହେମନ୍ତ କୁମାର ମହାନ୍ତି, ହିରଣ୍ୟ କୁମାର ପଣ୍ଡା, ଅଜିତ କୁମାର ନାୟକ, ପ୍ରଫୁଲ୍ଲ ନାୟକ, ସବ୍ୟସାଚି ବିଶ୍ୱାଳ, ବିପିନ ବିହାରି ସିଂ, ଅସିତ କୁମାର ସାହୁ, ଆଲୋକ ନାୟକ, ବିଜୟ ମଣ୍ଡଳ ପ୍ରମୁଖ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ