ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସଜବାଜ

ଜଗତସିଂହପୁର, (ଅନସୂୟା ରାଉତ) :-ଆଗାମୀ ପଞ୍ଚାୟତ ନିର୍ବାଚନ ନିର୍ବାଚନ ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସଜବାଜ ହେଲାଣି । ପ୍ରାର୍ଥୀପତ୍ର ଦାଖଲ ୧୭ତାରିଖରୁ ଆରମ୍ଭ ହେବ । ପୂର୍ବ ପରି ସରପଞ୍ଚ ମାନଙ୍କ ପ୍ରାର୍ଥୀପତ୍ର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହେବ ନାହିଁ । ସେମାନେ ନିଜ ନିଜର ପଞ୍ଚାୟତ କାର୍ଯ୍ୟାଳୟର ନୋଡାଲ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ । କେବଳ ସମିତି ସଭ୍ୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ଜିଲ୍ଲା ପରିଷଦ ସଭ୍ୟ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ୱାଡ୍ ସଭ୍ୟ ମାନେ ମଧ୍ୟ ନିଜ ନିଜ ପ୍ରାର୍ଥୀପତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିବେ । କୋଭିଡ୍ ମହାମାରୀକୁ ଆଖିଆଗରେ ରଖି ଏହିପରି ନୀତି ନିୟମ ଜିଲ୍ଲା ପ୍ରଶାସନ ଲାଗୁକରିଛନ୍ତି । ଅଧିକ ଭିଡ ନ ହେବାପାଇଁ ଏହିପରି କଟକଣା ଆରମ୍ଭ ହୋଇ ଅଛି । କିନ୍ତୁ ନିର୍ବାଚନ ପରିଚାଳନା କରିବା ପାଇଁ ବୁଧକୁ ଯାଉଥିବା କର୍ମଚାରୀଙ୍କ ମନରେ କୋଭିଡ୍ ଓ ଓମିକ୍ରନ ଭୟ ବଢିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ