ଥଇଥାନ ଦାବୀ ନେଇ ଉଠା ଦୋକାନୀ ସଂଘ ପକ୍ଷରୁ ଏନଏସି କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ

ଛତ୍ରପୁର,(ଦେବଦତ୍ତ ମହାରଣା) : ପ୍ରଥମେ ଥଇଥାନ ପରେ ପରବର୍ତ୍ତୀ ସମୟ ପରେ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା କରାଯିବ ସମେତ ବିଭିନ୍ନ ଦାବୀ ନେଇ ବୁଧବାର ଛତ୍ରପୁର ଉଠା ଦୋକାନୀ ସଂଘ ଆନ୍ଦୋଳନ କୁ ଓହ୍ଲାଇଛି । ଏହାସହ ଜୀବନ ଜୀବିକା ନିର୍ବାହ କରିବା ଲାଗି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜର ହକ୍ ପାଇଁ ଲଢେଇ ଜାରି ରଖିବା ଉଦ୍ଦେଶ୍ୟରେ ଆଜି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀରେ ଆମେ ମାନେ ଯାହା ତ ହଇରାଣ ହରକତ ହୋଇ ନିଜ ଏବଂ ନିଜ ପରିବାର ମାନଙ୍କ ଭରଣ ପୋଷଣ କରିବା ନିମନ୍ତେ ବହୁ ଧାର କରଜ ରେ ବୁଡି ରହିଛୁ । ଏପଟେ ଏବେ ଏନଏସି ପ୍ରଶାସନ ଆମକୁ ଆମ ବ୍ୟବସାୟୀ କରିବା ସ୍ଥାନରୁ ଉଚ୍ଛେଦ କରିବା ନିମନ୍ତେ ନୋଟିସ ଜାରୀ କରିଛି । ତେବେ ଆମେ ବଞ୍ଚିବୁ କେମିତି ତାହା ସରକାର କିମ୍ବା ଜିଲ୍ଲାପ୍ରଶାସନ ଚିନ୍ତା କରୁ । ଆମେ ଦୀର୍ଘ ବର୍ଷଧରି ଏହି ବ୍ୟବସାୟ କରି ନିଜ ଓ ନିଜ ପରିବାର ର ଭରଣ ପୋଷଣ କରିଆସିଛୁ । ଏବେ କୁଆଡେ ଯିବୁ କେମିତି ଚଳିବୁ । ତେଣୁ ନିଜ ଜୀବନ ଗଲା ପର୍ଯ୍ୟନ୍ତ ନିଜ ହକ୍ ନିମନ୍ତେ ଲଢେଇ କରିବୁ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି ।
ଉଠା ଦୋକାନୀ ମାନଙ୍କୁ ପ୍ରଥମେ ଥଇଥାନା । ଉଠା ଦୋକାନୀମାନଙ୍କ ନିମନ୍ତେ ତୁରନ୍ତ ସ୍ଥାୟୀ ଭେଣ୍ଡିଂ ଜୋନ୍ ସ୍ଥାପନ । ସମସ୍ତ ଉଠା ଦୋକାନୀ ବ୍ୟବସାୟୀଙ୍କୁ ପରିଚୟ ପତ୍ର ପ୍ରଦାନ । ଭେଣ୍ଡିଂ ଜୋନ୍ ସ୍ଥାପନ ନ ହେଲା ପର୍ଯ୍ୟନ୍ତ କୌଣସି ବ୍ୟବସାୟୀଙ୍କୁ ଉଚ୍ଛେଦ ନ କରାଯାଉ । ପ୍ରଥପ୍ରାନ୍ତ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଉ ଏବଂ ପ୍ରଥମେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ସ୍ତରୀୟ ଭେଣ୍ଡିଂ ଜୋନ୍ ସ୍ତରୀୟ କମିଟି ଗଠନ କରିବା ସମେତ ଏଭଳି ବିଭିନ୍ନ ଦାବିକୁ ନେଇ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ଆଜି ପ୍ରାୟ ୩ଶହରୁ ଅଧିକ ଉଠା ଦୋକାନୀ ବ୍ୟବସାୟୀ ଓ ପନିପରିବା ଏବଂ କ୍ଷୁନ୍ଦ୍ର ବ୍ୟବସାୟୀ ମାନେ ଛତ୍ରପୁର ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉପରୋକ୍ତ ଦାବି ସଂକ୍ରାନ୍ତରେ ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଉଠା ଦୋକାନୀ ବ୍ୟବସାୟୀ ସଂଘର ଦାବି ଗୁଡିକୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ କିଛି ପଦକ୍ଷେପ ନିଆଯିବ ବୋଲି ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ଷୋଭକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଦାବୀ ପତ୍ର ପ୍ରଦାନ ବେଳେ ସଂଘର କାର୍ଯ୍ୟକାରୀ ସଭାପତି ନୀଳକଣ୍ଠ ଦାଶ, ଉପସଭାପତି ଚିଙ୍କରା ବେହେରା ଓ ଇଜୁ ଆମିନ୍ ଖାନ୍‌, ସଂପାଦକ ଏମ୍‌.ଲାଚ୍ଛନ୍ନା ରେଡ୍ଡୀ, ସହ ସଂପାଦକ ଖଗେଶ୍ୱର ବେହେରା, କୋଷାଧ୍ୟକ୍ଷ ପ୍ରତାପ ରେଡ୍ଡୀ, ପରାମର୍ଶଦାତା ଏସ୍‌.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ସଂଖ୍ୟକ ମହିଳା ଓ ପୁରୁଷ ବ୍ୟବସାୟୀମାନେ ଉପସ୍ଥିତ ରହିଥିଲେ । ସୂଚନାନୁସାରେ, ଛତ୍ରପୁର ମାର୍କେଟ ରୋଡର ଡ୍ରେନ୍ ଉପରେ ବେଆଇନ ଭାବେ ଖୋଲାଯାଇଥିବା ଉଠା ଦୋକାନ ଗୁଡିକୁ ଉଚ୍ଛେଦ କରିବା ପାଇଁ ଏନ୍‌ଏସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ପ୍ରତିବାଦରେ ଉଠା ଦୋକାନୀ ସଂଘ ପକ୍ଷରୁ ଆଜି ମଧ୍ୟାହ୍ନରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ସଂଘର ସଭାପତି ଏନ୍‌.ନାରାୟଣ ରେଡ୍ଡୀଙ୍କ ପୌରହିତ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ