ସ୍ୱର୍ଗତ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା , ଛାତ୍ରନେତା ତଥା ପୂର୍ବତନ କାଉନସିଲର ସ୍ୱର୍ଗତ ଲକ୍ଷ୍ମୀଦତ୍ତ ପ୍ରଧାନ(ବଚ୍ଚନ) ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ବୁଧବାର ଛାତ୍ର ଓ ଯୁବ ସଂଗଠକ ମାନଙ୍କ ପକ୍ଷରୁ ପାଳନ କରାଯାଇଛି । ଏହି ଅବସରରେ ତାଙ୍କ ନିଜସ୍ୱବାସଭବନ ପରିସରରେ ବହୁ ଛାତ୍ର, ଯୁବକ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ପହଞ୍ଚି ତାଙ୍କ ଫୋଟ ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏଥିରେ ଛାତ୍ରନେତା ବେଣୁଧର ବେହେରା, ଅଜିତ୍ ସ୍ୱାଇଁ ବବୁଲ ନାୟକ, ଅନ୍ତର୍ଯ୍ୟାମୀ ପ୍ରଧାନ, ତପନ ବେହେରା, ସନ୍ତୋଷ ବେହେରା , ଘନଶ୍ୟାମ ବେହେରା ପ୍ରମୁଖ ଉପସ୍ଥିତ ରହି ତାଙ୍କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ସ୍ମୃତିଚାରଣ କରିଥିଲେ ।


