ଥକ୍କାପଣ ଦୂର କରିବ ପ୍ରୋଟିନ୍ ଖାଦ୍ୟ
ଅଧିକାଂଶ ସମୟ ଲୋକଙ୍କର ଅଭିଯୋଗ ରହିଆସିଛି ଯେ, ସେମାନେ ଅଳ୍ପ କାମ ରେ ଜଲଦି ଥକିପଡ଼ନ୍ତି । କିଛି ବ୍ୟକ୍ତି ଏଭଳି ବି ଅଛନ୍ତି ଯିଏ କିଛି କାମ ନ କରି ମଧ୍ୟ ଥକ୍କା ଅନୁଭବ କରିଥାନ୍ତି । ଶରୀରରେ ଶକ୍ତିର କମି ଫଳରେ ଜଣେ ବ୍ୟକ୍ତି ଥକ୍କା ଅନୁଭବ କରିଥାଏ । ତେଣୁ ଶରୀରକୁ ଶକ୍ତିଶାଳୀ ନାଇବାପାଇଁ ଆପଣ ଆପଣଙ୍କ ଖାଦ୍ୟରେ ଦିନଚର୍ଯ୍ୟାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ପୂରା ଦିନ ପାଣି କିମ୍ବା କିଛି ତରଳ ପଦାର୍ଥ ପିଇବା ଉଚିତ୍ । ପାଣି ଶରୀରର ହାନୀକାରକ ତତ୍ତ୍ୱକୁ ବାହାରକୁ ବାହାର କରି ଶାରୀରିକ ପ୍ରଣାଳୀରେ ନୂତନ ଶକ୍ତି ସୃଷ୍ଟି କରିଥାଏ । ସର୍ବତ, ଫଳରସ, ନଡ଼ିଆ ପାଣି ଭଳି ପାଣି ଜିନିଷ ପିଇବା ଉଚିତ୍ । ଶାରୀରିକ ସତେଜ ରହିବା ପାଇଁ ପ୍ରୋଟୀନ୍ ଯୁକ୍ତ ଖାଦ୍ୟ ନିଜ ଖାଦ୍ୟରେ ଗ୍ରହଣ କରିବା ଉଚିତ୍ । କାବ୍ରୋହାଇଡ଼୍ରେଟ୍ରୁ ଶରୀରକୁ ଶକ୍ତି ମିଳିଥାଏ । ଫଳମାନଙ୍କ ମଧ୍ୟରେ କମଳା, ଆତାବି, ଲିଚି ଆଦି ଖାଇବା ଉଚିତ୍ । ଏଥିରେ ପ୍ରଚୁର ମାତ୍ରାରେ ଗ୍ଲୁକୋଜ ରହିଥାଏ । କ୍ଷୀରରେ ମହୁ ମିଶାଇ ଓ କଦଳୀର ସେକ୍ ପିଇଲେ ଶରୀରକୁ ଭଲ ଶକ୍ତି ମିଳିଥାଏ । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଆପଣ ପୂରା ଦିନ ଯେତେ କାମ କରିଲେ ମଧ୍ୟ ୭ରୁ ୮ ଘଣ୍ଟାର ନୀଦ ପୂରା କରିବା ଉଚିତ୍ । ଏଭଳି କଲେ ପର ଆପଣଙ୍କୁ ସଠିକ୍ ଶକ୍ତି ମିଳିପାରିବ । ଯେବେ ବି ଥକ୍କାପଣ ଅନୁଭବ ହୁଏ ତେବେ ୧୫ କିମ୍ବା ୨୦ମିନିଟ୍ର ବିଶ୍ରାମ ଯେମିତି ହେଲେ ନେବେ ।


