ମେଦବହୁଳତାରୁ ହୋଇଥାଏ କ୍ୟାନ୍ସର
ଆଧୁନିକ ଜୀବନଶୈଳୀରେ ମେଦବହୁଳତା ଏକ ଏପରି ସମସ୍ୟା ଯାହାକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତା ହୋଇଥାଏ । ମେଦବହୁଳତା ବ୍ୟକ୍ତିକୁ ଯେତିକି ଚିନ୍ତାରେ ପକାଏ ତାହାଠାରୁ ଅଧିକ ଚିନ୍ତାରେ ପକାଏ ଏହା ଜନିତ ରୋଗ । ମେଦବହୁଳତା କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ଘାତ ଆଦି ଅନେକ ରୋଗ ହୋଇଥାଏ । ତେବେ ତାହାଠାରୁ ଏକ ମାରାତ୍ମକ ରୋଗ ହେଉଛି କ୍ୟାନ୍ସର । ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବିଶ୍ୱର ୩ ବିଲିୟନ ଲୋକେ ମେଦବହୁଳତାର ଶିକାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ପ୍ରତିଶତ ଲୋକ କ୍ୟାନ୍ସରରେ ପୀଡ଼ିତ ।


