ଥମୁନି ଜନନୀ ଯନ୍ତ୍ରଣା

ଜୟପୁର,(ୱାଇଏନ୍ଏସ୍): ପକା ରାସ୍ତା ଓ ପୋଲ ନ ଥିବା ଯୋଗୁଁ ଗର୍ଭବତୀ ମହିଳାଙ୍କୁ ଚାରି କିଲୋମିଟର ବୋହି ବୋହି ନେବାକୁ ପଡିଲା | ଏହିପରି ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ମହୁଲି ପଞ୍ଚାୟତର ତଳଗୁଂଜି ଗ୍ରାମରେ | ତଳଗୁଂଜି ଗ୍ରାମର କୁନା ଗଲରୀଙ୍କ ସ୍ତ୍ରୀ ଗର୍ଭବତୀ ମହିଳା ଚଞ୍ଚଳ ଗାଲରୀଙ୍କ ପେଟ ଯନ୍ତ୍ରଣା ଲାଗି ମେଡିକାଲ ନେବାପାଇଁ ଆମ୍ବୁଲାନ୍ସକୁ ଫୋନ କଲାପରେ ଆମ୍ବୁଲାନ୍ସ  ଆସିଲା କିନ୍ତୁ ମାଟି ରାସ୍ତା ସହ ନଦୀ ଯୋଗୁଁ ଆଗକୁ ଯାଇପାରିଲା ନାହିଁ | ତଲା ଗ୍ରାମରେ ଅଟକି ଗଲା ଆମ୍ବୁଲାନ୍କୁ , ସ୍ଥାନୀୟ ଗ୍ରାମ ବାସୀଙ୍କ ସହଯୋଗରେ ଗର୍ଭବତୀଙ୍କୁ ବିପଦ ସଂକୁଳ ଅବସ୍ଥାରେ ଚାରି କିଲୋମିଟର ମାଟିରାସ୍ତା ଦେଇ ନଦୀରେ ବୁହା ହେଲା ପରେ ତଲା ଗ୍ରାମରୁ ଆମ୍ବୁଲାନ୍ସରେ ବୈପାରୀଗୁଡା ମେଡିକାଲକୁ ଅଣାଗଲା | ମେଡିକାଲରେ ଉକ୍ତ ମହିଳା ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି | ଗ୍ରାମବାସୀ ମଧ୍ୟରୁ ଚଇତନ ମୁଦୁଲି, ମଦନ ମୁଦୁଲି, ଡମ୍ଭୁର ଧର କ୍ରିଷନି ସହ ଗର୍ଭବତୀଙ୍କ ପରିବାର ଲୋକେ ପକା ରାସ୍ତା ସହ ପୋଲ ପାଇଁ ଦାବୀ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ