ଥାଇଲାଣ୍ଡ: ୫ବର୍ଷ ପରେ ନିର୍ବାଚନ

ନୂଆଦିଲ୍ଲୀ(ଏଜେନ୍ସି): ଦୀର୍ଘ ୫ବର୍ଷର ସାମରିକ ଶାସନ ପରେ ଥାଇଲାଣ୍ଡରେ ପ୍ରଥମଥର ପାଇଁ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଜି (ରବିବାର) ସକାଳୁ ସେଠାରେ ମତଦାନ ଆରମ୍ଭ ହୋଇଥିଲା । ଥାଇଲାଣ୍ଡ ରାଜନୀତି ଇତିହାସରେ ଏହି ନିର୍ବାଚନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । କାରଣ ଦୀର୍ଘ ୫ବର୍ଷ ପରେ ଏଠାରେ ଏକ ସ୍ଥାୟୀ ସରକାର ଗଠନ ହେବାକୁ ଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯେ, ଚଳିତ ନିର୍ବାଚନରେ ବର୍ତ୍ତମାନର ସାମରିକ ଶାସନର ମୁଖ୍ୟ ପ୍ରୟୁତ ଚାନ୍ ଓ ଚା ଏବଂ ସୁଦରତ କେଉରଫାନ୍ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ଏତଦ୍ବ୍ୟତୀତ ୨ଠଠ୬ରେ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତାଚ୍ୟୁତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତକ୍ସିନ୍ ସିନାୱାତ୍ରାଙ୍କ ଦଳ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିଛି । ସମ୍ପ୍ରତି ସିନାୱାତ୍ରା ବିଦେଶରେ ସ୍ୱେଚ୍ଛାକୃତ ନିର୍ବାଚନରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ