ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ଲଢ଼ିବେ ନିର୍ବାଚନ !
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନରେ ଦଳର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ବିଜେପି ଟିକଟ ଦେଇନଥିବାୂ ବେଳେ ଶତ୍ରୁଘ୍ନ କଂଗ୍ରେସ କିମ୍ବା ସମାଜବାଦୀ ପାର୍ଟି ସମାଜବାଦୀ ପାର୍ଟି (ଏସ୍ପି) ଟିକଟରୁ ପାଟନାସାହିବ ଆସନରୁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି । ଅନ୍ୟପକ୍ଷେ ଶତ୍ରୁଘ୍ନଙ୍କ ପତ୍ନୀ ପୁନମ ସିହ୍ନା ଏଥର ଏସ୍ପିରୁ ଟିକଟ ପାଇ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ସେ ଲକ୍ଷେ୍ନø ଆସନରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ବିରୋଧରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏ ସମ୍ପର୍କରେ ଏବେ କିଛି କହିବାକୁ ପୁନମ୍ ମନା କରିଦେଇଛନ୍ତି । ଶତ୍ରୁଘ୍ନଙ୍କୁ ଏସମ୍ପର୍କରେ ପ୍ରଶ୍ନ ହେବାରୁ ସେ ସମୟ ଆସିଲେ ସବୁକିଛି ଜଣାପଡିବ ବୋଲି କହିଛନ୍ତି ।


