ଥାନାଧିକାରୀଙ୍କ ବଦନାମ ବାର୍ତ୍ତା ଛାପିବା ନେଇ ମାମଲା

ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ରବିବାର ବନ୍ତ ଥାନାଧିକାରୀଙ୍କ ବିନା ସମ୍ମତିରେ ରାଜନୈତିକ ଦଳର ଚିହ୍ନ ଓ ସ୍ଥାନୀୟ ଅଞ୍ଚଳର ରାଜନେତାଙ୍କ ଫଟୋ ଥାଇ ଏକ ପ୍ରତିଷ୍ଠିତ ଖବର କାଗଜରେ ବଦନାମ ବାର୍ତ୍ତା ଛପା ହେବା ଘଟଣାରେ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ରବିବାର ଦଶହରା ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ବନ୍ତ ଥାନାଧିକାରୀଙ୍କର ୟୁନିଫର୍ମ ଫଟୋ ସହିତ ଅଭିନନ୍ଦନ ଓ ଶୁଭେଚ୍ଛାବାର୍ତ୍ତା ପ୍ରକାଶ ପାଇଥିଲା । ଯେଉଁଥିରେ ରାଜନୈତିକ ଦଳର ଚିହ୍ନ ଓ ସ୍ଥାନୀୟ ଅଞ୍ଚଳର ରାଜନେତାଙ୍କ ଫଟୋ ସ୍ଥାନିତ ହୋଇଥିଲା । ବିନା ସମ୍ମତିରେ ବଦନାମ କରିବା ସହ ବ୍ଲାକମେଲ୍ କରିବା ଲକ୍ଷ୍ୟରେ ଏହା କରାଯାଇଥିବା ଥାନାଧିକାରୀ ଅଭିଯୋଗରେ ଦର୍ଶାଇଛନ୍ତି । କିଛି ବାଧ୍ୟତାମୂଳକ ଉଦ୍ଦେଶ୍ୟ ରଖି ତଥ୍ୟକୁ ପରିବର୍ତ୍ତନ ନକରି ବଦନାମ ବାର୍ତ୍ତାକୁ ସଂପୃକ୍ତ ଖବର କାଗଜରେ ପ୍ରକାଶିତ କରିବା ସହ ପ୍ରସାରିତ କରାଯାଇଛି । ଯାହା ଫଳରେ ଥାନାଧିକାରୀଙ୍କ ନାମ ଓ ଫଟୋକୁ କେତେକଙ୍କ ଦ୍ୱାରା ବ୍ୟକ୍ତିଗତ ବ୍ୟବହାର କରାଯାଇଛି । ଯାହା ସାଧାରଣ ଜୀବନରେ ଲଜ୍ଜାଜନକ କାରଣ ହୋଇଛି । ଏଥିରେ ସଂପୃକ୍ତ ଖବର କାଗଜର ସାମ୍ବାଦିକଙ୍କ ପ୍ରମୁଖ ଭୂମିକା ରହିଥିବା ସନ୍ଦେହ କରାଯାଇଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଏନେଇ ଥାନାଧିକାରୀଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନଂ-୧୩୬/୨୦ରେ ସଂପୃକ୍ତ ଖବର କାଗଜର ସଂପାଦକ ଓ ସାମ୍ବାଦିକଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଥାଉକି, ଗତ ରବିବାର ଏକ ପ୍ରତିଷ୍ଠିତ ଖବର କାଗଜରେ ଥାନାଧିକାରୀଙ୍କର ଦଶହରା ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଏକ ଶୁଭେଚ୍ଛା ବାର୍ତ୍ତା ପ୍ରକାଶ ପାଇଥିଲା । ଯେଉଁଥିରେ ଥାନାଧିକାରୀଙ୍କର ଫଟୋ ୟୁନିଫର୍ମରେ ଥିବା ବେଳେ ସେଥିରେ ରାଜନୈତିକ ଦଳର ଚିହ୍ନ ଓ ସ୍ଥାନୀୟ ଅଞ୍ଚଳର ରାଜନେତାଙ୍କର ଫଟୋ ପ୍ରକାଶ ପାଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ବିରୋଧି ଦଳ ପକ୍ଷରୁ ଥାନାଧିକାରୀଙ୍କୁ କଡା ସମାଲୋଚନା କରାଯାଇଥିଲା । ପରେ ସଂପୃକ୍ତ ଖବର କାଗଜ ସଂସ୍ଥାର ପ୍ରତିନିଧିଙ୍କ ପକ୍ଷରୁ ଏହା ଅନିଚ୍ଛାକୃତ ତୃଟି ବୋଲି ଦର୍ଶାଯାଇଥିଲା । ଉକ୍ତ ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୋଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କ ନଜରକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ