ଥାନା ଅଧିକାରୀଙ୍କୁ ଅଟକ
(ଯୁଗାବ୍ଦ ନ୍ୟୁଜ୍)-ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଲା ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରାପଡ଼ା ବ୍ଲକ୍ ଟଭାସୁଆ ଗାଁ ରେ । ଗ୍ରାମବାସୀମାନେ ଦିର୍ଘ ୬ ଘଣ୍ଟା ଧରି ଅଟକ ରଖିଛନ୍ତି ପାଟଣା ଥାନା ଅଧିକାରୀଙ୍କୁ । ସୂଚନା ଅନୁସାରେ ଗାଁର ତିନି ଜଣ ଦଲାଲ ସେହି ଗାଁର ତିନି ଜଣ ପିଲାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତିନି ମାସ ହେବ ବାହାର ରାଜ୍ୟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ପୁଲିସ୍ କିନ୍ତୁ ଉକ୍ତ ଦଲାଲଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏମିତିକି ଦଲାଲ ଲଗାତାର ଭାବେ ଅଭିଯୋଗକାରୀଙ୍କ ପରିବାରବର୍ଗଙ୍କୁ ଧମକ ଚମକ ଦେଉଥିଲେ। ଏନେଇ ଗତ ଅଗଷ୍ଟ ୨ ତାରିଖରେ ଉକ୍ତ ପିଲାଙ୍କ ଅଭିଭାବକମାନେ ପାଟଣା ଥାନା ଅଧିକାରୀଙ୍କୁ ଭେଟିଥିଲେ। ହେଲେ ଥାନା ଅଧିକାରୀ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଗାଳି ଗୁଲଜ କରି ବିଦା କରିଦେଇଥିଲେ।