ଥାନା ପରିସରରେ ମହିଳାଙ୍କ ଆତ୍ମହତ୍ୟା ଉ୍‌ଦ୍ୟମ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଥାନା ପରିସରରେ ମଙ୍ଗଳବାର ରାତିରେ ଥାନାକୁ ନ୍ୟାୟ ପାଇଁ ଆସିଥିବା ଜଣେ ଏମ. ଝିଲି ପାତ୍ର ନାମକ ବିବାହିତା ମହିଳା ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଆଜି ଏକ ନୂତନ ମୋଡ ନେଇଛି । ଛତ୍ରପୁର ପୋଲିସ୍ ପକ୍ଷରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଥାନାରେ ଏକ ୪୯୨/୨୦୨୨ ରେ ମାମଲା ରୁଜୁ କରାଯାଇଛି । । ସୂଚନା ଯୋଗ୍ୟ ଯେ, ମହାବୀର ନଗର ଏମ. ମୁନା ପାତ୍ରଙ୍କୁ ପ୍ରେମ ବିବାହ କରିଥିବା ଏମ. ଝିଲି ପାତ୍ର ଗତ କିଛି ଦିନ ହେଲା ପାରିବାରିକ କଳହ ନେଇ ଛତ୍ରପୁର ଥାନାରେ ଗତ ୧.୮.2022 ରେ ତାଙ୍କ ଶ୍ୱଶୁର, ଶାଶୁଙ୍କ ନାମରେ ଯୈାତୁକ ନିର୍ଯ୍ୟାତନା ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ନେଇ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଏନେଇ ଛତ୍ରପୁର ଥାନାରେ ୪୩୨/୨୨ ରେ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷେ ଗତ ୪.୮.2022 ତାରିଖ ଦିନ ଶ୍ୱଶୁର ଏମ୍‌. ଭୀମା ପାତ୍ର ତାଙ୍କୁ ତାଙ୍କ ବୋହୁ ଏମ୍‌. ଝିଲି ପାତ୍ର ଓ ପୁଅ ମୁନା ପାତ୍ର ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଛତ୍ରପୁର ଥାନାରେ ୪୩୯/୨୨ ରେ ଏକ ମାମଲା ରୁଜୁ କରିଥିଲେ । ଦୁଇ ଦୁଇଟି ମାମଲାକୁ ଭିତ୍ତି କରି ଛତ୍ରପୁର ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ରାତ୍ର ରେ ଥାନା ପରିସରରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ନିମନ୍ତେ ଆପୋଷ ବୁଝାମୁଣା କରାଯାଉଥିଲା । ବୈଠକରେ କୋଣସି ସମାଧାନର ବାଟ ଫିଟିପାରିନଥିବାରୁ ଥାନା ପରିସରରେ ଏମ. ଝିଲି ପାତ୍ର ମୂଷାମରା ବିସ୍କେଟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଛତ୍ରପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏମ. ଝିଲି ପାତ୍ର ଓ ତାଙ୍କ ସ୍ୱାମୀ ମୁନା ପାତ୍ର ଗତ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ