ଥାନା ପାଚେରୀରେ ନିକଟରେ ପରିଶ୍ରା କରି ଯୁବକ ହଟହଟା

ଇ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ): ସ୍ଥାନୀୟ ବଡବଜାର ଥାନା ସାମ୍ନାରେ ପାଚେରୀ ପାଶ୍ୱର୍ରେ ପରିସ୍ରା କରି ଆଜି ଜଣେ ଯୁବକଙ୍କୁ ହଟହଟା ରେ ସମ୍ମୁଖୀନ ହେବାକୁ ପଡିଛି। ମିଳିଥିବା ଖବର ଅନୁସାରେ ଆଜି ମଧ୍ୟାହ୍ନରେ ଜଣେ ଯୁବକ ଜଣକ ଆସ୍କରୋଡ ଦେଇ ଯାଉଥିବା ବେଳେ ଅଜାଣତରେ ବଦବଜାର ଥାନା ବାହାରେ ଥିବା ପାଚେରି ନିକଟରେ ପରିସ୍ରା କରିଦେଇଥିଲେ। ଥାନାର ଜଣେ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ସେହି ଯୁବକଙ୍କୁ ୫୦୦ ଟଙ୍କା ଫାଇନ କରିଥିଲେ। କିନ୍ତୁ ଯୁବକଙ୍କ ନିକଟରେ ୫୦୦ ଟଙ୍କା ନଥିବାରୁ ବର୍ତମାନ ବର୍ତ୍ତମାନ ସୁଦ୍ଧା ବାଇକ ସହ ସେ ଥାନାରେ ଅଟକ ଥିବା ଖବର ମିଳିଛି। ଡେରିକଲେ ଫାଇନ ପରିମାଣ ବଢିବ ବୋଲି ପୋଲିସ କର୍ମଚାରୀ ମାନେ ତାଗିତ କରୁଥିବାରୁ ସମ୍ପୃକ୍ତ ଯୁବକ ଅନ୍ୟଉପାୟ ନ ହୋଇ ଚୁପ ଚାପ ଥାନାରେ ବସି ରହିଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ