ଥାନା ସାମ୍ନା ପୋଖରୀ ରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳ ଙ୍କ ମୃତଦେହେ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି | ମୃତକ ଜଣକ ହେଉଛନ୍ତି ନନ୍ଦିପଦା ଥାନାର କନେଷ୍ଟବଳ ପ୍ରଦୀପ ନାୟକ (୩୧୮) । ତାଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡା ରେ ସପରିବାର ରହୁଥିଲେ ବୋଲି ପୁଲିସ କହିଛି। ପ୍ରଦିପ ୫ଦିନ ହେବ ଛୁଟିରେ ଘରକୁ ଯାଇଥିଲେ | ଛୁଟି ସରିବାପରେ ଗତକାଲି ସେ ଥାନାକୁ ଆସିଥିଲେ। ମୃତ କନେଷ୍ଟବଳ ପ୍ରଦିପ ନାୟକ ଥାନା ବାରାକ୍ ରେ ରହୁଥିବାବେଳେ ଗତକାଲି ସଂନ୍ଧ୍ଯା ରେ କେଉଁଆଡେ ଯାଇ ଆଉ ଫେରିନଥିଲେ | ସାଥି ମାନେ ତାଙ୍କୁ ଖୋଜା ଖୋଜି କରିଥିଲେ ବି ତାଙ୍କ ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ସ୍ଥାନିୟ ଲୋକେ ପୋଖରୀ ରେ ଏକ ମୃତ ଦେହ ଭସୁଥିବା ଦେଖି ପୋଲିସ୍ କୁ ଖବର ଦେଇଥିଲେ | ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କ ସହାୟତାରେ ରେ ମୃତଦେହେ ଉଦ୍ଧାର ହେବାପରେ ମୃତ ବ୍ଯକ୍ତି ଜଣକ କନେଷ୍ଟବଳ ପ୍ରଦିପ ନାୟକ ବୋଲି ଜଣା ପଡିଥିଲା | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଇ ତଦନ୍ତ କରୁଛି ପୁଲିସ | ତେବେ କେଉଁ ପରିସ୍ଥିତିରେ ରେ ସେ ପୋଖରୀ କୁ ଯାଇଥିଲେ ଓ କିପରି ପୋଖରୀରେ ବୁଡିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ତାଙ୍କ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ