ଥାଳି ବାଡ଼େଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟ ସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ନ ପାଞ୍ଚଟା ପୂର୍ବରୁ ନବୀନ ତାଙ୍କ ବାସଭବନ ଛାତ ଉପରକୁ ଯାଇଥିଲେ। ଯେତେବେଳେ ପାଞ୍ଚଟା ବାଜିଲା ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳି ମାରି ସ୍ବାସ୍ଥ୍ୟସେବାକାରୀଙ୍କ ଉତ୍ସାହିତ କରିଥିଲେ। କିଛି ସମୟ ପରେ ନବୀନ ଅଟା ବେଲଣା ପଟାକୁ ବାଡେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଦୃଶ୍ୟ ବାହାରକୁ ଦେଖାଯାଉ ନ ଥିଲେ ମଧ୍ୟ ସେଠାରେ କିଛି ଲୋକ ରୁଣ୍ଡ ହୋଇଥିଲେ। ସେମାନଙ୍କୁ ଦେଖି ନବୀନ ହାତ ହଲାଇ ସ୍ବାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ