ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଟ୍ରେନିଂ

ଭାରତରେ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟର ଟ୍ରେନିଂ ମହାନିର୍ଦ୍ଦେଶାଳୟ ପକ୍ଷରୁ ସ୍କିଲିଂ ସୂଚନା ପାଇଁ ପବ୍ଲିକ୍ ରେଜିଷ୍ଟ୍ରିର ଶୁଭାରମ୍ଭ କରାଯାଇଛି । ଏହା ସମସ୍ତ ସରକାରୀ ଏବଂ ସହଯୋଗୀ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହୋଇପାରିବ ।  ଏହା ଟ୍ରେନିଂ ସେଂଟର ସମ୍ପର୍କିତ ସୂଚନା ସହିତ ପାଠ୍ୟକ୍ରମ, ପ୍ରଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ବିଷୟରେ ମଧ୍ୟ ଆବଶ୍ୟକ ସୂଚନା ଉପଲବ୍ଧ କରାଇବ । ଏହା ଶିଳ୍ପ ତାଲିମ୍ ଇନଷ୍ଟିଚ୍ୟୁଟ୍ (ଆଇଟିଆଇ)ଗୁଡ଼ିକରେ ଥିବା ଶିକ୍ଷାର୍ଥୀ, ପ୍ରଶିକ୍ଷକ ଏବଂ ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିବ ।  ଏହି ନୂଆ ଇଲୋକ୍ଟ୍ରନିକ୍ସ ରେଜିଷ୍ଟ୍ରିରୁ ଆବଶ୍ୟକ ଟ୍ରେନିଂ ସେଂଟର ସମ୍ପର୍କିତ ସୂଚନା ସହିତ ପାଠ୍ୟକ୍ରମ, ପ୍ରଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ତଥ୍ୟ, କୋଶ୍ଚିନ୍ ବ୍ୟାଙ୍କ୍‌, ମକ୍ ଟେଷ୍ଟ୍ ତଥା ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯିବାର ସବିଶେଷ ସୂଚନା ଉପଲବ୍ଧ ହେବ । ଏହା ଆପ୍ଲିକେଶନ୍ ପ୍ରୋଗ୍ରାମିଂ ଇଂଟରଫେସ୍ ସହାୟତାରେ କାର୍ଯ୍ୟ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ