ଦକ୍ଷତା ମାପିବେ ସାଧାରଣ ଲୋକେ
ବଦଳିବ ପୋଲିସ ବ୍ୟବସ୍ଥାର ଚେହାରା । ନୂଆ ପୋଲିସ ମହା ନିର୍ଦ୍ଧେଶକ ଭାବେ ବି.କେ ଶର୍ମା ଯୋଗ ଦେବା ପରେ ତୃଣମୂଳ ସ୍ତରରେ ଆରମ୍ଭ କରିଛନ୍ତି ପରିବର୍ତ୍ତନ । ଏଣିକି ସରକାରୀ ବାବୁ ଙ୍କ ର ଦକ୍ଷତା ମାପିବେ ସାଧାରଣ ଲୋକେ । ଏହି କ୍ରମରେ ଥାନା ରେ ପୋଲିସ ଅଭିଯୋଗକାରୀ ଙ୍କୁ କିଭଳି ବ୍ୟବହାର କରୁଛି ଏବଂ ତଦନ୍ତରେ କେତେ ସହାୟକ କରୁଛନ୍ତି ଥାନା ଅଧିକାରୀ ଏବଂ ଏଥିରେ ଜଣେ ଅଭିଯୋଗକାରୀ ସନ୍ତୁଷ୍ଟ କି ନୁହେଁ ତାର ମାର୍କ ଦେବେ ଅଭିଯୋଗକାରୀ । ଏହି ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ବି.କେ ଶର୍ମା ।


