ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏକ ଦିନିକିଆ ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପହଞ୍ôଚଥିଲେ । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକ ସେ ସମୀକ୍ଷା କରିଥିଲେ । ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ସମ୍ପୂର୍ଣ୍ଣ ହ୍ରାସ ପାଇବା ବିଷୟରେ ସେ ଆଲୋଚନା କରିଥିଲେ । ବିଶେଷ ଭାବେ ପ୍ଲାଜମା ଦାନ ବିଷୟରେ ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଆସନ୍ତା କାଲି ଉଦ୍ୟାନ ବିଭାଗୀୟ ପରୀକ୍ଷାର ପ୍ରାକ ପ୍ରସ୍ତୁତି ଅନୁଧ୍ୟାନ କରିବାପାଇଁ ମହାରାଜା ବିଦ୍ୟାଳୟକୁ ସେ ଯାଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସଠିକ ଭାବେ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ସେ ପ୍ରଶଂସା କରିଥିବା ଜଣାପଡିଛି । ସମୀକ୍ଷା ବୈଠକ ତଥା ଅନୁଧ୍ୟାନରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ, ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା ପ୍ରମୁଖ ଉପସ୍ଥିତଥିଲେ ।