ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗଜପତି ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଅଧିକ୍ଷକ ଟି.ଆପାଙ୍ଗ ଆଓ ଗସ୍ତରେ ଆସି ଏଠାରେ ଇଲେକ୍ଟ୍ରୋରାଲ ଭୋଟିଂ ରୋଲକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିବା ଜଣାପଡିଛି । ଏହି ସନ୍ଧର୍ଭରେ ଗୋଷାଣୀ ବ୍ଲକ ସ୍ଥିତ ଗାରବନ୍ଧ ଗସ୍ତ କରି ସେଠାରେ ଥିବା ଓଡିଆ ପ୍ରଥମିକ ବିଦ୍ୟାଳୟ ଠାରେଥିବା ବୁଥ୍ ନଂ ୨୬୩ ଓ ୨୬୪ ପରିଦର୍ଶନ କରିଛନ୍ତି । ଏହାପରେ ଗାରାବନ୍ଧ ରାଜସ୍ୱ ନିରୀକ୍ଷକଙ୍କ ନୂତକ କୋଠା କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍-୧୯ ନିୟମ ଅନୁଯାଇ ପାଳିତ ହୋଇଥିଲା । ଏହାପରେ ପାରଳାଖେମୁଣ୍ଡି ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ରାୟଗଡ ଜିଲ୍ଲା ଏବଂ ଗଜପତି ଜିଲ୍ଲାର ବହୁ ପ୍ରମୁଖ ଅଧିକାରୀ ଉପସ୍ଥିତଥିଲେ । ଶ୍ରୀ ଆଓ ଏହି ପରିପ୍ରେକ୍ଷୀରେ ବିଶେଷକରି ଯୁବ ଭୋଟରମାନେ ନିଜର ନାମ ପଞ୍ଜିକରଣ କିପରି କରିବେ ଏବଂ ନାମ ଯୋଡିବାପାଇଁ ଗୁରୁତ୍ୱାରୋପ କରିବା ସହ ଅପହଞ୍ଚ ତଥା ଉପାନ୍ତ ଅଞ୍ଚଳର ଭୋଟର ମାନେ ଏହି କାର୍ଯ୍ୟକ୍ରମରେ କିପରି ସାମିଲହେବେ ସେ ବିଷୟରେ ଆଲୋଚନା କରିଥିଲେ । ଏହାସହ ସମସ୍ତ ବୁଥରେ ନିୟୋଜିତ ଥିବା କର୍ମଚାରୀମାନଙ୍କ ପ୍ରଶଂସା ମଧ୍ୟ କରିଥିଲେ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟ୍ରାଲ ରୋଲରେ ଜିଲ୍ଲାର ମହିଳା ଭୋଟର ଅଧିକାଥିବାକୁ ନେଇ ସେ ଖୁସି ପ୍ରକଟ କରିଛନ୍ତି । ଭୋଟର ତାଲିକାରେ ୧ହଜାର ପୁରୁଷଙ୍କ ତୁଳନାରେ ୧୦୪୪ ମହିଳା ଭୋଟର ଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଉପଜିଲ୍ଲାପଳ ସୋନାଲ ଜେନା, ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।