ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଦକ୍ଷିଣାଞ୍ଚଳଞ୍ଚରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ସମୀକ୍ଷା କରି ଗତକାଲି ଫେରି ଥିବାର ସୂଚନା ମିଳିଛି । କମିଶନର ଟି. ଆପାଙ୍ଗ ଆଓ ଗଜପତି ଜିଲ୍ଲାର ଆର୍‌.ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲରେ ପହଞ୍ଚି ଅନୁଧ୍ୟାନ ସହ କୋଭିଡ୍ ସମ୍ବନ୍ଧୀୟ ନିରୀକ୍ଷଣ ଓ ସମୀକ୍ଷା କରିଥିଲେ । ଶ୍ରୀ ଆଓ ଗଜପତି ଜିଲ୍ଲାର ସିଡିଏମଓ ପ୍ରଦୀପ କୁମାର ପାତ୍ର ଓ ବରିଷ୍ଠ ଡାକ୍ତରମାନଙ୍କ ସହ ମଧ୍ୟ ଏହି ଗ୍ରସ୍ତରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତିର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲା ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ