ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ନେତ୍ରଉତ୍ସବ, ତିନି ଠାକୁରଙ୍କ ନବ ଯୌବନ ଦର୍ଶନ ଓ ରଥଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ଠାରେ ଆଜି ତିନି ଠାକୁରଙ୍କ ନେତ୍ରଉତ୍ସବ, ନବ ଯୌବନ ଦର୍ଶନ ଓ ପବିତ୍ର ରଥଯାତ୍ରା ଆଜି ଗୋଟିଏ ଦିନରେ ପାଳିତ ହୋଇଛି. ଏଥିନେଇ ପାରଳା ସହର ଚଳଚଞ୍ଚଳ ହୋଇଉଠିଛି. ଆଜି ଭୋର ସକାଳୁ ୩ ଟା ୩୨ ସମୟରେ ତିନି ଠାକୁରଙ୍କ ନେତ୍ରଉତ୍ସବ ଯଥା ଵିଧି ଅନୁଯାଇ ଅନୁଷ୍ଠିତ ହୋଇଥିଲା. ପରେ ଭୋର ୪ ଟା ୪୫ ସମୟରେ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ ଓ ମଙ୍ଗଳ ଆଳତୀ ଓ ପୂଜାପାଠ କାଯ୍ୟ ସମାପନ କରାଯାଇଥିଲା. ଏନେଇ ଭୋର ସକାଳୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା. ଦିନ ୧୧ ଘଣ୍ଟା ପରେ ପ୍ରଥମେ ବଳଭଦ୍ର ପରେ ମା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରି ତିନି ଗୋଟି ରଥରେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା. ଏହାପରେ ମଧ୍ୟନ୍ହରେ ପାରଳା ଗଜପତି ରାଜବଂଶ ଦାୟାଦ କଲ୍ୟାଣୀ ଗଜପତି ତିନି ରଥାରୂଢରେ ଥିବା ତିନି ଠାକୁରଙ୍କୁ ଛେରା ପହଁରା କରିବା ସହ ପୂଜାଅର୍ଚ୍ଚନା କରିଥିଲେ. ଅପରାହ୍ନରେ ତିନି ଠାକୁରଙ୍କ ତିନି ଗୋଟି ରଥଟଣା କାର‌୍ୟ୍ୟ ଆରମ୍ଭ ହୋଇଥିଲା. ପ୍ରଥମେ ବଳଭଦ୍ର ଦ୍ଵିତୀୟରେ ମା ସୁଭଦ୍ରା, ତୃତୀୟରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଯାଇଥିଲା. ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣି ଥିବାବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ. ସନ୍ଧ୍ୟା ସମୟରେ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲା. ପୁଣି ତିନି ଠାକୁରଙ୍କୁ ତିନି ରଥରୁ ପହଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆ ଯାଇଥିଲା. ଆଜିର ଏହି ସମସ୍ତ କାଯ୍ୟକ୍ରମରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା. ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପୋଲିସ ଦଳଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ପାରଳା ରଥଯାତ୍ରାର ସଫଳ ରୂପାୟନ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ