ଦକ୍ଷିଣ ଓଡିଶା ବିକାଶ ପରିଷଦକୁ ବିରୋଧ କରି ଭୁଜବଳ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁରରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଆରମ୍ଭରୁ ବିରୋଧ । ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନକୁ ବିରୋଧ କରିଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀ । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂତନ ପରିଷଦ ଗଠନ କରି ବିଜେଡ଼ି ରାସ୍ତାରେ ବିଜେପି ଯାଉଥିବା ଏବଂ ବିଜେପି ନେତାଙ୍କୁ ଥଇଥାନ କରିବା ପାଇଁ ଉଦ୍ଧିଷ୍ଟ ଥିବା ରୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ଦ୍ୱାରା ଅଞ୍ଚଳ ର କୌଣସି ବିକାଶ ହେବ ନାହିଁ ବୋଲି କହିଛନ୍ତି ଭୁଜବଳ । ଯଦି ସରକାର ଦକ୍ଷିଣ ଓଡ଼ିଶା ରେ ଥିବା ଆଦିବାସୀ ଅଧ୍ୟୁଷିତ ୯ ଟି ଜିଲ୍ଲା ଯେଉଁଠି ଅନାହାରରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି , ଅପପୃଷ୍ଟି ର ଶିକାର ହେଉଛନ୍ତି, ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି, ଆମ୍ବ ଟାକୁଆ ଖାଉଛନ୍ତି ଏବଂ ବହୁ ଦିନହୀନ ଅବସ୍ଥାରେ ଅଛନ୍ତି ଯଦି ତାକୁ ରୋକିବା ପାଇଁ ଚାହୁଁଛନ୍ତି ଓ ସେ ଅଞ୍ଚଳ ବିକାଶ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ତେବେ ଗୋଟିଏ ମୁଖ୍ୟ ଦାବିକୁ ପୁରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଲାଗୁ କରି ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନ ରେ ବ୍ୟବସ୍ଥା ରହିଛି ତା ଉପରେ ସରକାର କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ଭୁଜବଳ ମାଝୀ । ରାଜ୍ୟ ରେ ସମଗ୍ର ଜନସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ ଆଦିବାସୀ ଲୋକ ଥିବାରୁ ସେ ଅନୁସାରେ ବଜେଟ ରେ ଅର୍ଥ ବ୍ୟବସ୍ଥା କରିବା ପାଇଁ କହିଛନ୍ତି ସେ ଅନୁସାରେ ୬୬ ହଜାର କୋଟି ଟଙ୍କା ର ଅର୍ଥ ବ୍ୟୟବରାଦ କରିବା ପାଇଁ କହିଛନ୍ତି ଭୁଜବଳ।ଏହି ଅନୁଦାନ ପ୍ରଦାନ କଲେ ଆଦିବାସୀ ଅଞ୍ଚଳ ର ସମଗ୍ର ବିକାଶ ହେବ ଅନାହାର ମୃତ୍ୟୁ ବନ୍ଦ ହେବ, ଅପପୃଷ୍ଟି ଦୂରୀକରଣ ହୋଇପାରିବ, ଦାଦନ ସଂଖ୍ୟା ମଧ୍ୟ କମିଯାଇପାରେ । ସମଗ୍ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ କରି ଏସବୁ କରନ୍ତୁ ବୋଲି କହିଛନ୍ତି ଭୁଜବଳ । ପୂର୍ବରୁ କଂଗ୍ରେସ ସବୁବେଳେ ଏପରି ଦାବି କରି ଆସୁଥିବା ବେଳେ ଆଗାମୀ ଦିନରେ ବିଧାନସଭାରେ ଏନେଇ ଦାବି ଉପସ୍ଥାପନ କରାଯିବ ବୋଲି କହିଛନ୍ତି । ଏହାସହ ବିଜେପି ମଧ୍ୟ ବିଜେଡି ମାର୍ଗକୁ ଅପଣାଇ ନିଜ ଦଳୀୟ ନେତା ଙ୍କୁ ଥାଇଥାନ କରିବା ପାଇଁ ଏଭଳି ସବୁ ପଦକ୍ଷେପ ନେଉଥିବା କହିଛନ୍ତି ଭୁଜବଳ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରସ ନେତା ବୃନ୍ଦା ତ୍ରିପାଠୀ , ଅନାମ ଦିଆନ ,ପ୍ରଦୀପ ସାହୁ ତୁଫାନ ଷଡଙ୍ଗୀ , ଗୋପାଳ ତ୍ରିପାଠୀ ,ଗଣେଷ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ ।