ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଅଭିଯେ।ଗ, ବ୍ରହ୍ମପୁର ରେଲୱେ ଷ୍ଟେଶନ ବିକାଶ କ୍ଷେତ୍ରରେ ସବୁଠୁ ପଛରେ

ବ୍ରହ୍ମପୁର, : ରେଳପଥ ବିଷୟରେ ଅ ।ଲେ ।ଚନା କରାଗଲେ ଗଞ୍ଜାମ ଜିଲା ଏ ବାବଦରେ ବହୁ ପଛରେ ବେ ।ଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଓଡ଼ିଶାର ବିଭିନ୍ନ ଜିଲାରେ ରେଳପଥର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେ।ଇଥିବା ବେଳେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶା ରେଳ ବିଭାଗ ତରଫରୁ ଲଗାତର ଭାବେ ଅବହେଳା କରାଯାଉଛି । ଏଥିପାଇଁ ମୁଖ୍ୟତଃ ରାଜନୈତିକ ଇଚ୍ଛାଶକ୍ତିର ଘେ।ର ଅଭାବ ରହିଛି ବେ।ଲି ସାଧାରଣରେ ମତ ପ୍ରକାଶ ପାଉଛି । ପ୍ରକାଶଥାଉକି ବ୍ରହ୍ମପୁରରୁ ଫୁଲବାଣୀ ରେଳପଥ ପାଇଁ କେନ୍ଦ୍ର ସରକାର ବହୁ ବର୍ଷ ତଳୁ ସର୍ଭେ କରି ସାରିଛନ୍ତି । ଏହି ପ୍ରକଳ୍ପ କାଯର‌୍ୟକାରୀ ନିମନ୍ତେ ପ୍ରାକ୍ ଅ।କଳନ ଖର୍ଚ୍ଚ ବ୍ୟବସ୍ଥା ହେ।ଇଥିଲେ ମଧ୍ୟ ଏହି ଯେ।ଜନାର ନଥିପତ୍ର ଶୀତଳ ଭଣ୍ଡାରରେ ପଡ଼ି ରହିଛି । ଅପରପକ୍ଷରେ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥ ନିର୍ମାଣ ନିମନ୍ତେ ବହୁଥର ଦାବି ହେ।ଇଅ।ସିଛି । ଏହି ରେଳପଥ ଦ୍ୱାରା ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସବୁଦୃଷ୍ଟିରୁ ବାଣିଜ୍ୟ ପରିବହନ ଓ ଯାତାୟତର ଅଧିକରୁ ଅଧିକ ତ୍ୱରାନ୍ୱିତ ହେ।ଇପାରିବ । ସେହିପରି ଗଞ୍ଜାମ ଜିଲାର ଲକ୍ଷ ଲକ୍ଷ ଓଡ଼ିଅ। ଗୁଜୁରାଟର ସୁରତ ସହରରେ କାମ କରୁଛନ୍ତି । ବ୍ରହ୍ମପୁରରୁ ସୁରତ ଯିବା ପାଇଁ ଯାତ୍ରୀଙ୍କ ନିମନ୍ତେ ଅ।ବଶ୍ୟକ ପରିମାଣ ରେଳର ବ୍ୟବସ୍ଥା ନାହିଁ । ଏହି ଦୃଷ୍ଟିରୁ ବ୍ରହ୍ମପୁରରୁ ସୁରତକୁ ଏକ ଦ୍ରୁତଗାମୀ ରେଳର ବ୍ୟବସ୍ଥା କରିବା ପାଇଁ ଜନଦାବୀ ଉଠିଛି । ଏ ସମ୍ପର୍କର ମଧ୍ୟ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅନୁରେ।ଧ କରିଛନ୍ତି । ଅପରପକ୍ଷରେ ଗେ।ପାଳପୁର-ରାୟପୁର ରେଳପଥ ନେଇ ଗତ ୟୁପିଏ ସରକାରଙ୍କ ସମୟରେ ପ୍ରସ୍ତାବ ଉଠିଥିଲା । କିନ୍ତୁ ତାହା ମଧ୍ୟ ଶୀତଳ ଭଣ୍ଡାରରେ ପଡ଼ି ରହିଛି । ସେହିପରି ବ୍ରହ୍ମପୁର ରେଳଷ୍ଟେଶନ ଦକ୍ଷିଣ ଓଡ଼ିଶର ଏ କ୍ଲାସ ମାନ୍ୟତା ପ୍ରାପ୍ତ ହେ।ଇଥିବା ବେଳେ ଏହି ଷ୍ଟେଶନର ସେହିଭଳି ଅ।ଖିଦୃଶିଅ । ଉନ୍ନତି ହେ।ଇପାରିନାହିଁ । ରେଳଷ୍ଟେଶନର ପ୍ରତ୍ୟେକ ପ୍ଲାଟଫର୍ମରେ ସିସିଟିଭିର ବ୍ୟବସ୍ଥା ନଥିବା ବେଳେ ଦ୍ୱିତୀୟ ଓ ତୃତୀୟ ନମ୍ବର ପ୍ଲାଟଫର୍ମ ପାଇଁ ପରିସ୍ରାଗାର ଓ ପାଇଖାନାର ବ୍ୟବସ୍ଥା ନାହିଁ । ଏହା ସତ୍ତେ୍ୱ ଷ୍ଟେଶନର ବାହାର ପରିସରରେ ଶୌଚାଳୟ ଓ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥାନ ବ୍ୟବସ୍ଥା ନାହିଁ । ବ୍ରହ୍ମପୁର-ପୁରୀ ସିଧାସଳଖ ଚଳାଚଳ ପାଇଁ ଏକ ଯାତ୍ରୀବାହୀ ଟ୍ରେନର ବ୍ୟବସ୍ଥା କରାଯାଉ । ଜଗନ୍ନାଥପୁର କିମ୍ବା ସେ ।ରଳ ଜଙ୍କସନ ଠାରେ ରେଳଡ଼ବା ସଫା କରିବା ପାଇଁ ୱାଟର ଷ୍ଟେସନ ସହ ଟର୍ମିନାଲ ବ୍ୟବସ୍ଥା କରାଯିବା ପାଇଁ ଦାବି ଉଠିଛି । ପ୍ରକାଶଥାଉକି ପୂର୍ବତନ ରେଳମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ସମୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ମଞ୍ଜୁର ହେ।ଇଥିଲେ ମଧ୍ୟ ଅଦ୍ୟାବଧି ଏ ଦିଗରେ ପଦକ୍ଷେପ ନିଅ।ଯାଇନାହିଁ । ମଞ୍ଜୁଷା ସମେତ ଅନ୍ୟାନ୍ୟ ଷ୍ଟେଶନର ପ୍ଲାଟଫର୍ମଗୁଡ଼ିକ ଉଚ୍ଚତା ବଢ଼ାଇଲେ ବରିଷ୍ଠ ନାଗରିକମାନେ ଉପକୃତ ହେ।ଇପାରିବେ । ମଞ୍ଜୁଷା ଷ୍ଟେଶନରେ ଗୁଣପୁର-ରାଉରକେଲା (ରାଜରାଣୀ ଏକ୍ସପ୍ରେସ) ଏବଂ ଭୁବନେଶ୍ୱର ଠାରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସର ରହଣି ନିମନ୍ତେ ଉତ୍କଳ ସମ୍ମିଳନୀର ବରିଷ୍ଠ ସଦସ୍ୟ ଅଶେ।କ କୁମାର ସାହୁ, ସ୍ଥାନୀୟ ସାଂସଦ ଚନ୍ଦ୍ରଶେଖର ସାହୁ, ଅ।ସିକା ସାଂସଦ ପ୍ରମିଳା ବିଷେ।ୟୀ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଅ ବାହକ ରବି ରଥଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସୂଚନାଥାଉକି, ଐତିହାସିକ ଡ଼. ଅନନ୍ତ କରଙ୍କ ତଥ୍ୟ ଅନୁଯାୟୀ ରେଳବାଇର ବିକାଶ ଦକ୍ଷିଣ ଓ ଉତ୍ତରକୁ ହେ ।ଇଥିଲା । ୧୮୯୫ ମସିହାରେ ବ୍ରହ୍ମପୁର ରେଲୱେ ଷ୍ଟେଶନରେ ଯାତ୍ରୀବାହୀ ଟ୍ରେନ ପହଞ୍ଚିଥିଲା । ଉକ୍ତ ସମୟରେ ଅ।ନ୍ଧ୍ରପ୍ରଦେଶକୁ ଯିବା ପାଇଁ ଗେ।ଦାବରୀ ନଦୀରେ ପେ।ଲ ହେ।ଇନଥିଲା । ଗେ।ଦାବରୀ ନଦୀର ଦୁଇ ପାଶ୍ୱର୍ରେ ଇଷ୍ଟ ଗେ।ଦାବରୀ ଓ ୱେଷ୍ଟ ଗେ ଦାବରୀ ନାମରେ ଦୁଇଟି ଷ୍ଟେଶନ ଥିଲା । ସେତେବେଳର ବଡ଼ ଲାର୍ଡ ୧୯୦୪ରେ ଲଡ କର୍ଜନ ଗେ।ଦାବରୀ ନଦୀରେ ବ୍ରିଜ ଉଦଘାଟନ କରି ବ୍ରହ୍ମପୁର ରେଳଷ୍ଟେଶନରେ ଗେ।ଟିଏ ମିନିଟ ରହି ରମ୍ଭା ଠାରେ ରାତ୍ରୀ ଯାପନ କରିଥିଲେ । ଫଳରେ ଗେ।ଦାବରୀ ଓ ଅ।ନ୍ଧ୍ରପ୍ରଦେଶକୁ ଟ୍ରେନ ଲାଇନ ସଂଯେ।ଗ ହେ ।ଇପାରିଥିଲା । ଇତିହାସ ପୃଷ୍ଠାରୁ ଜଣାଯାଏ କବିବର ରାଧାନାଥ ରାୟଙ୍କ ପୁତ୍ର ଶଶିଭୂଷଣ ରାୟ କଟକରୁ ଶଗଡ଼ ଗାଡ଼ିରେ ଅ।ସି ବ୍ରହ୍ମପୁର ରେଳ ଷ୍ଟେଶନରେ ଯାତ୍ରୀବାହୀ ଟ୍ରେନ ଧରିଥିଲେ । ଏହି ପୁରୁଣା ଇତିହାସରୁ ଜଣାଯାଏ ରେଳବାଇର ବିକାଶ ଦକ୍ଷିଣରୁ ଉତ୍ତରକୁ ଯାଇଥିଲା ଏବଂ ୧୮୯୫ରେ ଓଡ଼ିଶାର ବ୍ରହ୍ମପୁର ଷ୍ଟେଶନରେ ପ୍ରଥମ ପାସେଞ୍ଜର ଗାଡ଼ି ଯାତ୍ରା କରିବା ଉଲ୍ଲେଖ ଥିଲେ ମଧ୍ୟ ଅ ।ଜି ଓଡ଼ିଶାର ପ୍ରଥମ ରେଳ ଷ୍ଟେଶନ ବିକାଶ କ୍ଷେତ୍ରରେ ପଛୁଅ । ହେ ।ଇ ରହିଛି ବେ ।ଲି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଅ ।ବାହକ ଉଦବେଗ ପ୍ରକାଶ କରିଛନ୍ତି । କେବଳ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯେ ।ଗୁଁ ଓଡ଼ିଶାର ପ୍ରଥମ ରେଲୱେ ଷ୍ଟେଶନ ଅବହେଳିତ ହେ ।ଇ ରହିଛି ବେ।ଲି ଶ୍ରୀ ରଥ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ