ସିଏଏ ଅସାମ୍ବଧାନିକ : ଅମର୍ତ୍ତ୍ୟ ସେନ୍‌

କୋଲକାତା: ନାଗରିକତା ସଂଶୋଧନ ଆଇନକୁ (ସିଏଏ)କୁ ମତ ରଖିଛନ୍ତି ନୋବେଲ୍‌ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଅମର୍ତ୍ତ୍ୟ ସେନ କହିଛନ୍ତି ଯେ, ଏହି କାନୁନ୍‌କୁ ରଦ୍ଦ କରାଯିବା ଆବଶ୍ୟକ। ଏହା ଏକ ଅସାମ୍ବିଧାନିକ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ଏହି ଆଇନକୁ ରଦ୍ଦ କରିଦେବା ଉଚିତ୍‌ । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଛି। ବିରୋଧୀ ମଧ୍ୟ ଏହାକୁ ଜୋରସୋର୍‌ରେ ବିରୋଧ କରୁଛନ୍ତି। ଏହି କାନୁନ ସାମ୍ବିଧାନିକ ପ୍ରାବଧାନକୁ ଉଲ୍ଲଂଘନ କରୁଛି। ଧର୍ମ ଆଧାରରେ ନାଗରିକତା ମାମଲା ସମ୍ବିଧାନ ସଭାକୁ ଆସିଥିଲା। ପରେ ଧର୍ମ ଆଧାରରେ ନାଗରିକତା ଦିଆ ନ ଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ଆଇନ୍‌ ଅସାମ୍ବିଧାନିକ, ଏହା ରଦ୍ଦ ହେବା ଉଚିତ୍‌ ବୋଲି କହିଛନ୍ତି ଅମର୍ତ୍ତ୍ୟ ସେନ। ସେହିପରି ଜେଏନ୍‌ୟୁରେ ଛାତ୍ରଙ୍କ ସମର୍ଥନ କରିବା ସହିତ ଅମର୍ତ୍ତ୍ୟ ସେନ୍‌ କହିଛନ୍ତି ଯେ, ଏହି ମାମଲାରେ ଏ ପର୍ଯ୍ୟନ୍ତ ନ୍ୟାୟ ହୋଇନାହିଁ। ଯେଉଁମାନେ ମାଡ ଖାଇଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ ହେଲା । ଏହି ଘଟଣାରେ ଅମର୍ତ୍ତ୍ୟ ସେନ ଦିଲ୍ଲୀ ପୁଲିସ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାରେ ନ୍ୟାୟର ଘୋର ଅଭାବ ହୋଇଛି ବୋଲି କହିଛନ୍ତି ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ