ଦକ୍ଷିଣ କାଳୀ ପୂଜା ଅବସରରେ ଭଜନ ସମାରୋହ

ବ୍ରହ୍ମପୁର,(ୱା ଏନ ଏସ):ବ୍ରହ୍ମପୁର ଉପକଣ୍ଠସ୍ଥ କନିସି ତୁଲୁ ରୋଡ଼ ଛକ ଠାରେ ଶ୍ରୀ ଶ୍ରୀ ମାଁ ଦକ୍ଷିଣ କାଳୀ ପୂଜା ଅବସରରେ ଭଜନ ସମାରୋହ ହୋଇଥିଲା, କାର୍ଯ୍ୟକ୍ରମଟି ମା ସରସ୍ବତୀ ଭଜନ ସଙ୍ଘର ସଦସ୍ୟ ତଥା ସାମ୍ବାଦିକ ଆଶୁତୋଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମରେ ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନର ସାଂସ୍କୃତିକ ଅନୁଷ୍ଠାନର କଣ୍ଠ ଶିଳ୍ପୀ ମାନେ ସଂଗୀତ ଏଠାରେ ପରିବେଷଣ କରିଥିଲେ, ଉପସ୍ଥିତଥିବା ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ଭଜନ ପରିବେଷଣ କରିଥିଲେ, କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର ଉଦଘୋଷାକ ଭାବେ ଯୋଗଦେଇ ମଞ୍ଚ ପରିଚାଳନା କରିଥିଲେ, ଏଥିରେ କଣ୍ଠ ଶିଳ୍ପୀ ଭାବେ ସାମ୍ବାଦିକ ଆଶୁତୋଷ ମହାପାତ୍ର, ବରିଷ୍ଠ କଣ୍ଠ ଶିଳ୍ପୀ ମାଧବ ଜେନା, ଗୌରହରୀ ମହାରଣା, ହରଗୋବିନ୍ଦ ମହାରଣା, ରମେଶ କୁମାର ସେଠି, କୃଷ୍ଣ ପ୍ରସାଦ ସାବତ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ, କାର୍ଯ୍ୟକ୍ରମ ସଂଯୋଜନାରେ ପୂଜା କମିଟିର ସମସ୍ତ ସଦସ୍ୟ, ସଭାପତି ମାମା ଦିଦି ଏବଂ ଅନ୍ୟାନ୍ୟ ମାନେ ସହଯୋଗୀ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ