ଦକ୍ଷିଣ-ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜୋନ୍ ଡିଆରଏମଙ୍କ ବାଦାମପାହାଡ ଗସ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଦକ୍ଷିଣ-ପୂର୍ବ ରେଳପଥ ଚକ୍ରଧରପୁର ରେଳ ଡିଭିଜୋନ୍ ଡିଆରଏମ ଶ୍ରୀ ବିଜୟ କୁମାର ସାହୁ ଶନିବାର ଦିନ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ସଦଳବଳ ଟାଟା-ବାଦାମପାହାଡ ଭାୟା ଗରୁମହିଷାଣି ରେଳପଥ ଗସ୍ତରେ ପହଞ୍ଚିଥିଲେ।ଟାଟା-ବାଦାମ ପାହାଡ ରେଳପଥ ରେ ପଡୁଥିବା ଓଡିଶାର ପ୍ରଥମ ଷ୍ଟେଷନ ବହଳଦାରୋଡ ଷ୍ଟେଷନରେ ଅଟକି ଏଠାରେ ଚାଲୁଥିବା ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପ ର ତଦାରଖ କରିଥିଲେ ଏବଂ ପ୍ରକଳ୍ପର ସମ୍ପୃକ୍ତ ଠିକାଦାରଙ୍କୁ କଡା ଶବ୍ଦରେ ତାଗିଦ୍ କରିଥିବା ଦେଖିବାକୁ ମିଳିଥିଲା।ଏହା ପୂର୍ବରୁ ଏଠାରେ ନିର୍ମାଣଧିନ ଅବସ୍ଥାରେ ଥିବା ଷ୍ଟେଷନ ଗୃହ ଓ ବିଭିନ୍ନ ପ୍ରକଳ୍ପ ରେ ହେଉଥିବା ଅନିୟମିତତା ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଗଣମାଧ୍ୟମରେ ପ୍ରକାଶିତ କରାଯିବା ସହିତ ବିଭାଗିୟ ଅଧିକାରୀ’ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।ଡିଆରଏମ’ଙ୍କ ଏହି ଗସ୍ତରେ ଟାଟା-ବାଦାମ ପାହାଡ ରେଳପଥରେ ଚାଲିଥିବା ବିଦ୍ୟୁତି କରଣ କାର୍ଯ୍ୟ ତଥା ଏହି ରେଳପଥରେ ଅଗ୍ରଗତିରେ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପରିଦର୍ଶନ କରିବା ସହିତ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ।ବହଳଦାରୋଡ୍ ଷ୍ଟେଷନ ରାସ୍ତାର ମରାମତି,ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି,ଷ୍ଟେଷନ ପରିସରର ସ୍ବଚ୍ଛତା,ସ୍ଥାନୀୟ ସାଧାରଣ’ଙ୍କ ବ୍ୟବହାର ଉଦ୍ଧେଶ୍ୟରେ ରେଳ ବିଭାଗ ପରିସରରେ ଥିବା ଖେଳ ପଡିଆ ଓ ପୂଜା ମଣ୍ଡପରୁ ଠିକାଦାର’ଙ୍କ ଅତିକ୍ରମଣ ହଟାଇବା,ଷ୍ଟେଷନ୍ ପରିସରର ଶୌଚାଳୟ କୁ କାର୍ଯ୍ୟକ୍ଷମ କରାଯିବା ଇତ୍ୟାଦିକୁ ନେଇ ସ୍ଥାନୀୟ ଲୋକେ ଡିଆରଏମ’ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ