ଦଣ୍ଡନାଚ ପାଇଁ ପୂଜାର୍ଚ୍ଚନା କରୁଥିବା ବେଳେ ପୋଲିସର ଚଢ଼ାଉ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ତଥା ଓଡ଼ିଶାର ବିଭିନ୍ନ ପ୍ରକାର ସାମୁହିକ ସାମାଜିକ କାର୍ଯ୍ୟ ,ଯାନିଯାତ୍ରା ଉପରେ କଟକଣା ଜାରି କରାଯାଇଛି ।ତେଣୁ ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ ମଧ୍ୟ ପ୍ରଶାସନ ର କଟକଣା ଯୋଗୁଁ ବନ୍ଦ ହୋଇଯାଇଛି ।ପ୍ରଶାସନର କଡା ନିର୍ଦ୍ଦେଶ ସତ୍ତ୍ୱେ ଦଣ୍ଡନାଚ ଉଠିବା ପାଇଁ ଏକତ୍ରିତ ହୋଇଥିବା ବେଳେ ଦୁଇଟି ଗ୍ରାମରେ ଗାଙ୍ଗପୁର ପୋଲିସ ଚଢ଼ାଉ କରିଥିଲେ ।ପ୍ରଥମଟି ଗାଙ୍ଗପୁର ଥାନା ପାଲକଷଣ୍ଢାରେ କିଛି ଦଣ୍ଡୁଆ ଏକତ୍ରିତ ହୋଇ ମନ୍ଦିରରେ ପୂଜା କରୁଥିବା ବେଳେ ଗାଙ୍ଗପୁର ଡି.ଏସ.ପି ଓ ଥାନାଧିକାରୀ ଧୀରେଶ କୁମାର ଦାସ ଚଢ଼ାଉ କରି ୫ଜଣ ଦଣ୍ଡୁଆଙ୍କୁ ଗିରଫ କରିଥିବା ବେଳେ ଜଣେ ଖସି ପଳାଇଯାଇଛି ।ଏ ନେଇ ୭୯/୨୦ରେ।ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ସେହିପରି ନାଟେଙ୍ଗା ପଞ୍ଚାୟତ ବାଲିଭାଗ ରେ ଆଜି ଦଣ୍ଡନାଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ସଦଳେବଳେ ଚଢ଼ାଉ କରିଥିଲା ।ସେଠାରୁ ୪ ଜଣକୁ ଗିରଫ କରିଥିବା ବେଳେ ୮୦/୨୦ରେ ଏକ ମାମଲା ରୁଜୁ କରାଯାଇଛି ।ସମସ୍ତ ଦଣ୍ଡୁଆ ଙ୍କୁ ଥାନାରେ ଜାମିନ ଦିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ