ଦଦରା ଆମ୍ବୁଲାନ୍ସରେ ବିପଦପୁଣ୍ଣ ଭାବେ ବୁହା ହେଉଛିନ୍ତି ରୋଗୀ
ହିଂଜିଳିକାଟୁ, (ଶେଷଦେବ ସାହୁ): ରୋଗୀ କିମ୍ବା ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ପଂହଚାଇବା ଲକ୍ଷ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗତ ୨୦୧୩ ମଇ ମାସ ରେ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ୩୭ ଟି ଆମ୍ବୁଲାନ୍ସ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ଆସିଥିଲା । ୧୦୮ ଆମ୍ବୁଲାନ୍ସ ସେବା ଶୁଭାରମ୍ବର ପ୍ରଥମ ବର୍ଷେ / ଦୁଇବର୍ଷ ଅତ୍ୟନ୍ତ ସୁରୁଖୁରୁରେ ରୋଗୀଙ୍କୁ ସେବା ଯୋଗାଇ ଦେଇ ଆସୁଥିଲା । କାଳକ୍ରମେ ୧୦୮ ଆମ୍ବୁଲାନ୍ସ ଗୁଡ଼ିକର ବ୍ୟାପକ ଯାନ୍ତ୍ରିକ ତୃଟି ଯୋଗୁଁ ପରିବହନ ସେବା ବିପର୍ଯ୍ୟସ୍ତ ଓ ବିପଦପୁଣ୍ଣ ଭାବେ ରୋଗୀଙ୍କୁ ଡ଼ାକ୍ତରଖାନାକୁ ଅଣାଯାଉଥିବା ଦେଖିବାକୁ ମିଳିଛି । ଓଡ଼ିଶା ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଠିକା ନେଇଥିବା ଏକ ଘରୋଇ କମ୍ପାନୀ ଜିକିତ୍ସା ହେଲଥ୍ କେୟାର ଲିଃ (ଜେଡ଼. ଏଚ. ଏଲ୍ ))କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଘରୋଇ ଠିକା ସଂସ୍ଥା ଗୁଡ଼ିକ ପରିଚାଳନାରେ ବର୍ତମାନ ଆଉ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଠିକା ସଂସ୍ଥା ନିଜର ମାତ୍ରାଧିକ ଲାଭ ସକାଶେ ଦିନ ମଜୁରିଆ ଭାବେ ସଂପୃକ୍ତ ୧୦୮ ଆମ୍ବୁଲାନ୍ସ ଗୁଡ଼ିକରେ ଡ଼୍ରାଇଭର, ଫାର୍ମାସିଷ୍ଟ ଓ ସହକାରୀଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ପରିବହନଆଇନାନୁଯାୟୀ ଗୋଟିଏ ଆମ୍ବୁଲାନ୍ସ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ବୋଲି ନିୟମ ରହିଛି । କିନ୍ତୁ ଗଂଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୩୭ ଟି ଆମ୍ବୁଲାନ୍ସର ଅବସ୍ଥା ଅତ୍ୟନ୍ତ ଦୟନୀୟ । ଦିର୍ଘ ଦିନ ଧରି ଆମ୍ବୁଲାନ୍ସ ଗୁଡ଼ିକର ଟାୟା. ଲାଇଟ, ବଡ଼ି. ଚେସିସ୍, ଇଂଜିନ ଓ ଅନ୍ୟାନ ଯନ୍ତ୍ରାଂଶ ଗୁଡ଼ିକ ଭାଙ୍ଗି ରୁଜି ଯାଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ କରାଯାଇ କାର୍ଯ୍ୟକ୍ଷମ କରାଯାଉଥିବାର ଦେଖିବାକୁ ମିଳୁଛି । ୧୦୮ ଆମ୍ବୁଲାନ୍ସ ମଧ୍ୟରେ ରୋଗୀଙ୍କ ଜୀବନ ରକ୍ଷା ଲାଗି ବିଭିନ୍ନ ରକମର ଯନ୍ତ୍ରପାତି ରଖାଯାଇଥିଲେ ମଧ୍ୟ ବହୁ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ହେଉନଥିବା ଜଣାପଡ଼ିଛି । ଏପରିକି ରୋଗୀର ଅତ୍ୟନ୍ତ ଆବଶ୍ୟକ ରହୁଥିବା ରକ୍ତଚାପ ଯନ୍ତ୍ର, ପଲସ୍ ମିଟର ଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ । ୧୦୮ ଆମ୍ବପୁଲାନ୍ସ ଗୁଡ଼ିକର ଯାନ୍ତ୍ରିକ ତୃଟିକୁ ଠିକ୍ସମୟରେ ମରାମତି କରାଯାଉନଥିବା ଯୋଗୁଁ ବହୁ ସମୟରେ ରୋଗୀଙ୍କୁ ନେଇ ଡ଼ାକ୍ତରଖାନାକୁ ଯାୁଥିବା ସମୟରେ ଆମ୍ବୁଲାନ୍ସ ଗୁଡ଼ିକ ଅଧାବାଟରେ ଅଟକି ରହୁଥିବାର ଦେଖିବାକୁ ମିଳୁଛି । ଯଦ୍ୱାରା ଆମ୍ବୁଲାନ୍ସରେ ପରିବହନ କରାଯାଉଥିବା ରୋଗୀ ଓ ସମ୍ପର୍କୀୟ ମାନେ ଅଧାବାଟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ୧୦୮ ଆମ୍ବୁଳାନ୍ସର ଝରକା କବାଟ ଭାଙ୍ଗି ଯାଇଥିବା ବେଳେ କିଛି ଆମ୍ବୁଲାନ୍ସର ପଛପଟ କବାଟ ଖୋଲନଥୁବା ଯୋଗୁଁ ଆମ୍ବୁଲାନ୍ସ କର୍ମଚାରୀ ମାନେ ବାଧ୍ୟ ହୋଇ ଆମ୍ବୂଲାନ୍ସର ପ୍ୱାଶ୍ୱର୍ରେ ଥିବା ଗ୍ଳାସ ଖୋଲି ଆମ୍ବୁଲାନ୍ସ ଭିତରେ ପ୍ରବେଶ କରି ଭିତରପଟୁ କବାଟ ଖୋଲୁଥିବାର ଦେଖିବାକୁ ମିଳୁଛି । ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ରତାପରେ ମଡଧ୍ୟ କୌଣସି ଆମ୍ବୁଲାନ୍ସର ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କାର୍ଯ୍ୟକ୍ଷମ ହେଉନଥିବା ଜଣାପଡ଼ିଛି । ଗଂଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୩୭ ଟି ୧୦୮ ଆମ୍ବୁଲାନ୍ସ ମଧ୍ୟରୁ ଯାନ୍ତ୍ରିକ ତୃଟି ଥିବାରୁ ୧୦ ଟି ଆମ୍ବୁଲାନ୍ସ ମରାମତି ସକାଶେ ଯାଇଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ ଗୁଡ଼ିକର ସଠିକ ଭାବେ ମରାମତି କରାଯାଉ ନଥିବାରୁ ପ୍ରତ୍ୟେହ ଗୋଟିଏ କିମ୍ବା ୨ ଟି ଆମ୍ବୁଲାନ୍ସ ଯାନ୍ତ୍ରିକ ତୃଟି କାରଣରୁ ରୋଗୀଙ୍କୁ ନେଇ ଡ଼ାକ୍ତରଖାନାକୁ ଯାଉଥିବା ବେଳେ ଅଧାବାଟରେ ରହୁଥିବାର ଦେଖିବାକୁ ମିଳୁଛି । ଗଂଜାମ ଜିଲ୍ଲାରେ ବର୍ତମାନ ସୁଦ୍ଧା ଗୋଟିଏ ବି ନୂତନ ୧୦୮ ଆମ୍ବୁଲାନ୍ସ ଚଳାଚଳ କରୁଥିବାର ଦେଖିବାକୁ ମିଳୁନାହିଁ । କାର୍ଯ୍ୟ୪ମ ଥିବା ସମସ୍ତ ଆମ୍ବୁଲାନ୍ଓ ଗୁଡ଼ିକ ଦଦରା ହୋଇ ବିପଦପୁଣ୍ଣ ଭାବେ ରୋଗୀ ପରିବହନ କରୁଥିବାର ଦେଖିବାକୁ ମିଳୁଛି । ଆମ୍ବୁଲାନ୍ସର ନିୟମ ଓ ଚୁକ୍ତି ଅନୁୂସାରେ ପ୍ରତି ୫ ବର୍ଷ ବ୍ୟବଧାନରେ ନୂତନ ଆମ୍ବୁଲାନ୍ସ ଯୋଗାଇଦେବା ନିୟମ ରହିଥିଲେ ମଧ୍ୟ ଏହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉନାହିଁ । ଘଟଣା ନେଇ ଓଡ଼ିଶା ରାଜ୍ୟର ୧୦୮ ଆମ୍ବୁଲାନ୍ସର ଦାୟିତ୍ୱ ନିର୍ବାହ କରୁଥିବା ଠିକାଦାର ସଂସ୍ଥା ଜିକିତ୍ସା ହେଲଥ କେୟାର ଲିମିଟେଡ଼୍ର ପରିଚାଳନା ନର୍ଦ୍ଦେଶକ ଦିପକ ଶ୍ରୀବାସ୍ତବଙ୍କସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତ୍ୟୁତର ମିଳି ପାରିନଥିଲା ।