ସ୍ବର୍ଗତ ଭୀମସେନ ରାମ ଥିଲେ ସମାଜସେବାର ସମର୍ପିତ ପ୍ରତିଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ ସମାଜସେବୀ, ଗୋସେବାର ମହାନ ବ୍ୟକ୍ତିତ୍ୱ, ଅସହାୟ, ଅଭାବୀ ଙ୍କ ସାହା ଭରଷା ତଥା ବହୁ ସାମାଜିକ କାର୍ଯ୍ୟ ହାତକୁ ନେଇ ଆସୁଥିବା ସାରସ୍ୱତ ପ୍ରତିଭା ସ୍ବର୍ଗତ ଭୀମ ସେନ ରାମ ଙ୍କ କୋଡିଏ ତମ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ ସ୍ଥାନୀୟ ବୋଲଗଡ ଠାରେ ଥିବା ତାଙ୍କ ସ୍ମାରକସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇ ଯାଇଛି. ଫାଉଣ୍ଡେସନ ର ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣା ଙ୍କ ପୌରହିତ୍ୟ ଓ ସମ୍ପାଦିକା ସମିତା ମହାରଣା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ସୁନୀଲ ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୌରାଙ୍ଗ ଚମ୍ପତ୍ତି ଉପସ୍ଥିତ ରହିବା ସହ ସ୍ବର୍ଗତ ଭୀମସେନ ଙ୍କୁ ଜଣେ ସମାଜସେବା,ଗୋସେବା,ପରିବେଶ ସହିତ ଆଦିବାସୀ ଓ ଅସହାୟ ବ୍ୟକ୍ତି ବିଶେଷ ଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ପ୍ରମୁଖ ସମ୍ପର୍କ ରେ ସ୍ମୃତି ଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ. ଆଜିର ଯୁବପିଢ଼ି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଅତିଥି ମାନେ କହିଥିଲେ. ସ୍ଥାନୀୟ ସମାଜସେବୀ, ସଂଗଠନ ବିଶେଷ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତିଚାରଣ କରିଥିଲେ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.


