ଦଧିବାମନଜୀଉଙ୍କ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ୨୯ରେ

କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଦଧିବାମନଜୀଉଙ୍କ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଆସନ୍ତା ଜାନୁଆରୀମାସ ୨୯ତାରିଖରେ ଅନୁଷ୍ଠିତ ହେବ । ଏଥିସହିତ ୨୭ତାରିଖରେ ଶ୍ରୀ ଶୂଭାଧିବାସ ଓ ଧାନ୍ୟାଧିବାସ ହେବା ସହ ୨୮ତାରିଖରେ ଅଷ୍ଟୋତ୍ତର ଶକ କଳସ ସହିତ ଦେବୀଙ୍କ ଘଟ ନିମଗ୍ନ ଓ କଳସ ଯାତ୍ରା, ଶାଳା ମାର୍ଜନ, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋ ପୂଜା, ପ୍ରତିଷ୍ଠା କର୍ମ ଆରମ୍ଭ ହେବ । ଲକ୍ଷ୍ମୀଦେବୀଙ୍କ ଜଳାଧିବାସ, ଦୁଗ୍ଧାଧିବାସ, ଫଳାଧିବାସ, ଗନ୍ଧାଧିବାସ, ପୁଷ୍ପାଧିବାସ, ଶଯ୍ୟାଧିବାସ, ବତ୍ସାଧିବାସ, ଓ ନୀଳଚକ୍ର ସ୍ଥାପନ କରାଯିବ । ସେହିଦିନ ସନ୍ଧ୍ୟା ୬ଟା ସମୟରେ ମାର୍ଗଦର୍ଶକ ପୂଜ୍ୟପୂଜକ ବାବା ବଳିଆ ପ୍ରବଚନ ପ୍ରଦାନ କରିବେ । ୨୯ତାରିଖରେ ପୂର୍ବବତ ମହାଲକ୍ଷ୍ମୀଙ୍କ ଷୋଡଶ ଉପଚାର ପୂଜା ଓ ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ସମୟରେ ପୂର୍ଣ୍ଣାହୂତି, ପୂର୍ଣ୍ଣ ଆଳତୀ ଓ ପୁଷ୍ପାଞ୍ଜଳି ପ୍ରଦାନ ପରେ ସନ୍ଧ୍ୟା ୬ଟାରେ ଭଜନ ସମାରୋହ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ